ଓଡିଶା

odisha

ETV Bharat / bharat

ଚାଞ୍ଚଲ୍ୟ: କଲେଜ ଛାତ୍ରୀଙ୍କୁ ଟେକିନେଇ ଗଣଦୁଷ୍କର୍ମ, 12 ଗିରଫ

ଝାଡ଼ଖଣ୍ଡ ରାଞ୍ଜିରେ ଗଣଦୁଷ୍କର୍ମ । ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ 12 ଜଣ କଲେ ଗଣଦୁଷ୍କର୍ମ । ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ସମସ୍ତ ଅଭିଯୁକ୍ତକୁ ଗିରଫ କରିଛି ।

By

Published : Nov 28, 2019, 8:11 PM IST

gangrape with university student in ranchi
ଗଣଦୁଷ୍କର୍ମର ଶିକାର ହେଲେ ଛାତ୍ରୀ, 12 ଗିରଫ

ରାଞ୍ଜି: ପୁଣି ଝାଡ଼ଖଣ୍ଡରେ ଲଜ୍ଜା । ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ 12 ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ଛାତ୍ରୀ ଜଣକ ନିଜ ସାଙ୍ଗଙ୍କ ସହ ବସଷ୍ଟାଣ୍ଡରେ ବସିଥିଲେ । ଏହି ସମୟରେ ଏକ କାରରୁ 6 ଜଣ ଯୁବକ ମାରଣାସ୍ତ୍ର ଦେଖାଇ ଝିଅକୁ ଉଠାଇ ନେଇଥିଲେ ।

ଗଣଦୁଷ୍କର୍ମର ଶିକାର ହେଲେ ଛାତ୍ରୀ, 12 ଗିରଫ

ପୀଡିତାଙ୍କୁ ଉଠାଉବା ପୂର୍ବରୁ ପାଖରେ ଥିବା ସାଙ୍ଗଙ୍କୁ ଅଭିଯୁକ୍ତମାନେ ନିର୍ଦ୍ଧୁମ ମାଡ ମାରି ଗୁରୁତର କରି ପୀଡିତାଙ୍କୁ ନିକଟସ୍ଥ ଏକ ଗାଁକୁ ନେଇ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ପ୍ରଥମେ 6 ଅଭିଯୁକ୍ତ ପୀଡିତାଙ୍କ ସହ ଦୁଷ୍କର୍ମ କରିବା ପରେ ଅନ୍ୟ 6 ଜଣଙ୍କୁ ଫୋନ ଯୋଗେ ଡାକିଥିଲେ । କିଛି ସମୟ ପରେ 12 ଜଣ ଅଭିଯୁକ୍ତ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କ ସହ କୁକର୍ମ କରିଥିଲେ ।

ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଛାନବିନ ଆରମ୍ଭ କରିଥିଲା । ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ତଦନ୍ତ କରିବା ପରେ ଗୁରୁବାର ପୋଲିସ ହାତରେ ଧରାପଡିଥିଲେ ସମସ୍ତ ଅଭିଯୁକ୍ତ । ଅଭିଯୁକ୍ତଙ୍କ ନିକଟରେ ଥିବା ସମସ୍ତ ମାରଣାସ୍ତ୍ର ପୋଲିସ ଜବତ କରିବା ସହ ସମସ୍ତ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ABOUT THE AUTHOR

...view details