ଓଡିଶା

odisha

ETV Bharat / bharat

ବନ୍ଦ ହେଲା ଗଙ୍ଗୋତ୍ରୀ ମନ୍ଦିରର କବାଟ, ଶତାଧିକ ଭକ୍ତ ନିରାଶ

ବନ୍ଦ ହେଲା ଗଙ୍ଗୋତ୍ରୀ ଧାମର ମନ୍ଦିର । ସୋମବାର ପୂର୍ବାହ୍ଣ ପ୍ରାୟ ସାଢେ 11ଟା ସମୟରେ ଧାର୍ଯ୍ୟ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଏହାର କବାଟକୁ ବନ୍ଦ କରିଦିଆଯାଇଛି । ଫଳରେ ଶତାଧିକ ଶ୍ରଦ୍ଧାଳୁଙ୍କୁ ଗଙ୍ଗାଙ୍କ ଦର୍ଶନରୁ ବଞ୍ଚିତ ହେବା ସହିତ ନିରାଶ ହେବାକୁ ପଡ଼ିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 28, 2019, 2:59 PM IST

Updated : Oct 28, 2019, 3:08 PM IST

ଡେରାଡୁନ: ସୋମବାର ଗଙ୍ଗୋତ୍ରୀ ଧାମର କବାଟ ବନ୍ଦ କରାଯାଇଛି । ପ୍ରବଳ ଶୀତ କାରଣରୁ ଏହାକୁ ବନ୍ଦ କରାଯାଇଥିବା ଜଣାପଡ଼ିଛି । ସେପଟେ ଆଜି ଧାର୍ଯ୍ୟ ରୀତିନୀତି ଅନୁଯାୟୀ ଏହି କବାଟକୁ ବନ୍ଦ କରାଯାଇଛି । ସେପଟେ ଏ ସମ୍ପର୍କରେ ଅବଗତ ନଥିବା ଶତାଧିକ ଶ୍ରଦ୍ଧାଳୁଙ୍କୁ ଦର୍ଶନରୁ ବଞ୍ଚିତ ହେବା ସହ ନିରାଶ ହେବାକୁ ପଡ଼ିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମିଳିଥିବା ସୂଚନା ମୁତାବକ ସକାଳ 11ଟା 40 ମିନିଟରେ ପୂଜାର୍ଚ୍ଚନା ପରେ ଏହି କବାଟକୁ ବନ୍ଦ କରାଯାଇଥିଲା । ଏହା ପୂର୍ବରୁ ରୀତିନୀତି ଅନୁଯାୟୀ ସ୍ବତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ ମଧ୍ୟ କରାଯାଇଥିଲା । କବାଟ ବନ୍ଦ ହେବା ପରେ ମାତା ଗଙ୍ଗାଙ୍କ ମୂର୍ତ୍ତିକୁ ମୁଖଓ୍ବା ଅଭିମୁଖେ ନିଆଯାଇଥିଲା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଗଙ୍ଗା ମାତାଙ୍କ ପ୍ରତିମାକୁ ଏକ ଶୋଭାଯାତ୍ରାରେ ନିଆଯାଇ ଆଜି ରାତିରେ ମାର୍କଣ୍ଡେୟ ନିକଟରେ ଥିବା ଦେବୀଙ୍କ ମନ୍ଦିରରେ ରଖାଯିବ । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ମୁଖଓ୍ବା ଅଭିମୁଖେ ନିଆଯିବ । ସେଠାରେ ଥିବା ଗଙ୍ଗାଙ୍କ ମନ୍ଦିରରେ ଏହି ପ୍ରତିମାକୁ ସ୍ଥାପିତ କରାଯିବ । ଏଠାରେ ମାତା ଗଙ୍ଗାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଆସିବେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସେହିପରି ଗତକାଲି ଅର୍ଥାତ ଦୀପାବଳି ଅବସରରେ ୟମୁନେତ୍ରୀ ଓ କେଦାରନାଥ ମନ୍ଦିରର କବାଟ ମଧ୍ୟ ବନ୍ଦ କରାଯାଇଥିଲା । ଚଳିତ ବର୍ଷ ଏଠାକୁ ପ୍ରାୟ ସାଢେ 5 ଲକ୍ଷ ଶ୍ରଦ୍ଧାଳୁ ଆସିଥିବା ଜଣାପଡ଼ିଛି ।

Last Updated : Oct 28, 2019, 3:08 PM IST

ABOUT THE AUTHOR

...view details