ଓଡିଶା

odisha

ETV Bharat / bharat

ମକର ସଂକ୍ରାନ୍ତି: ଗଙ୍ଗାସାଗରରେ ସ୍ନାନ ଓ ଦାନ କଲେ ମିଳେ କୋଟିପୁଣ୍ୟ - ମକର ସଂକ୍ରାନ୍ତିରେ ଆରମ୍ଭ ହୁଏ ଗଙ୍ଗାସାଗର ମେଳା

ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତିରେ ଆରମ୍ଭ ହୋଇଥାଏ ଗଙ୍ଗାସାଗର ମେଳା। କୁମ୍ଭ ମେଳା ପରେ ଏହା ହେଉଛି ଦ୍ବିତୀୟ ମେଳା। ଯେଉଁଠି ମକର ସଂକ୍ରାନ୍ତିରେ ସ୍ନାନ କଲେ ମିଳିଥାଏ କୋଟି ପୁଣ୍ୟ।

Makar Sankranti
ଗଙ୍ଗାସାଗରରେ ସ୍ନାନ ସହ ଦାନ କଲେ ମିଳିଥାଏ କୋଟି ପୂର୍ଣ୍ଣ୍ୟ

By

Published : Jan 15, 2020, 6:03 AM IST

Updated : Jan 15, 2020, 8:50 AM IST

କୋଲକାତା: ହିନ୍ଦୁ ସଂସ୍କୃତି ଓ ସାମାଜିକ ଏକତାରେ ବୃଦ୍ଧି ପାଇଁ ସାଂସ୍କୃତିକ ଓ ଆଧ୍ୟାତ୍ମିକ ମେଳାର ମହତ୍ତ୍ବ ରହିଛି। ଏହି ମେଳା ନା କେବଳ ସାଂସ୍କୃତିକ ଦୃଷ୍ଟି କୋଣରୁ ମହତ୍ତ୍ବପୂର୍ଣ୍ଣ ହୋଇଥାଏ ତା’ନୁହେଁ ଏହାର ଧାର୍ମିକ ମହତ୍ତ୍ବ ମଧ୍ୟ ଅନେକ ରହିଛି। ଯେଉଁକାରଣରୁ ଏହି ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏକଜୁଟ ହୋଇଥାନ୍ତି। ସେହିଭଳି ଏକ ପବିତ୍ର ମେଳା ହେଉଛି ଗଙ୍ଗାସାଗର ମେଳା।

ଦୁନିଆର ସବୁଠୁ ବଡ କୁମ୍ଭ ମେଳା ପରେ ଏହା ହେଉଛି ଦ୍ବିତୀୟ ମେଳା। ଏହା ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ 5 ଦିନ ପର୍ଯ୍ୟନ୍ତ ଚାଲିଥାଏ। ଯେଉଁଥିରେ ସ୍ନାନ ଓ ଦାନ ପ୍ରଥମ 3 ଦିନ ଧରି କରାଯାଇଥାଏ। ଚଳିତବର୍ଷ ଏହା ଜାନୁଆରୀ 14ରୁ ଆରମ୍ଭ ହେବ। ଏହାର ପୂର୍ଣ୍ଣ୍ୟ କାଳ ଜାନୁଆରୀ 15 ତାରିଖକୁ ହେଉଥିବାରୁ ସେଦିନ ଏହାର ମହତ୍ତ୍ବ ଅଧିକ ରହିବ।

ଗଙ୍ଗାସାଗରରେ ସ୍ନାନ ସହ ଦାନ କଲେ ମିଳିଥାଏ କୋଟି ପୂର୍ଣ୍ଣ୍ୟ

ଗଙ୍ଗା ନଦୀ ହିନ୍ଦୁଙ୍କ ଆସ୍ଥାର ପ୍ରଥମ କେନ୍ଦ୍ର। ଗଙ୍ଗୋତ୍ରୀ ଯେଉଁ ସ୍ଥାନରୁ ବାହାରି ସାଗରରେ ଲୀନ ହୋଇଛି ସେହି ସ୍ଥାନକୁ ଗଙ୍ଗାସାଗର ବୋଲି କୁହାଯାଏ। ଏହି ସ୍ଥାନ ପଶ୍ଚିମବଙ୍ଗର 24 ପରଗନା ଜିଲ୍ଲାରେ ରହିଛି । ଶାସ୍ତ୍ର ଅନୁସାରେ ଏହି ସ୍ଥାନରେ ଭଗବାନ ଶିବଙ୍କ ଜଟାରୁ ଗଙ୍ଗା ବାହାରି ପ୍ରଥମଥର ପୃଥିବୀ ସ୍ପର୍ଶ କରିଥିଲେ। ପୌରାଣିକ ବିଶ୍ବାସ ରହିଛି ଯେ, ମକର ସଂକ୍ରାନ୍ତି ଦିନ ଏହି ଗଙ୍ଗା ସାଗରରେ ସ୍ନାନ ଓ ଦାନ କରିବା ଦ୍ବାରା କୋଟି ପୂର୍ଣ୍ଣ ସହ ମୋକ୍ଷପ୍ରାପ୍ତି ହୋଇଥାଏ । ଏଥିରେ ଗୋଟିଏ ଥର ବୁଡ ପକାଇବା 10ଟି ଅଶ୍ବମେଧ ଯଜ୍ଞ ସହ ସମାନ ବୋଲି ବିଶ୍ବାସ ରହିଛି।

ପ୍ରତିବର୍ଷ ମକର ସଂକ୍ରାନ୍ତିରେ ଗଙ୍ଗାସାଗରରେ ଭବ୍ୟ ମେଳାର ଆୟୋଜନ ହୋଇଥାଏ। ଆଉ ଏଠାରେ ବୁଡ ପକାଇବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ଏହା ସହିତ ପିତୃପୁରୁଷଙ୍କୁ ପିଣ୍ଡ ଦାନ ମଧ୍ୟ କରାଯାଇଥାଏ। ଆଉ ଯୁବକ ଯୁବତୀ ସ୍ନାନ କରି ଇଚ୍ଛାମୁତାବକ ବର ଓ କନ୍ୟା ପ୍ରାପ୍ତ କରିଥାନ୍ତି ବୋଲି ବିଶ୍ବାସ ରହିଛି।

Last Updated : Jan 15, 2020, 8:50 AM IST

For All Latest Updates

ABOUT THE AUTHOR

...view details