ବାରଣାସୀ: କିଛି ଦିନ ହେବ ଦେଶର ଉତ୍ତର ଭାରତରେ ଜାରି ରହିଛି ବର୍ଷାର ପ୍ରକୋପ । ଯେଉଁଥିପାଇଁ ବିଭିନ୍ନ ନଦୀରେ ଜଳସ୍ତର ବଢିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଉତ୍ତରପ୍ରଦେଶର ବାରଣାସୀରେ ମଧ୍ୟ ଗଙ୍ଗାନଦୀରେ ଜଳସ୍ତର ବୁଦ୍ଧି ପାଇଛି । ଯେଉଁଥିପାଇଁ ବିଶ୍ବ ପ୍ରସିଦ୍ଧ ଗଙ୍ଗା ଆଳତୀର ସ୍ଥାନକୁ ପରିବର୍ତ୍ତନ କରାଯାଇଛି ।
ବଦଳିଲା ଗଙ୍ଗାନଦୀର ଆଳତୀ ସମୟ, ପଢନ୍ତୁ କାହିଁକି... - Varanasi
ଗଙ୍ଗା ନଦୀରେ ଜଳସ୍ତର ବୁଦ୍ଧି ଯୋଗୁଁ ବିଶ୍ବ ପ୍ରସିଦ୍ଧ ଗଙ୍ଗା ଆଳତୀର ସମୟରେ ପରିବର୍ତ୍ତନ ହୋଇଛି ।
ତେବେ ଲଗାତାର ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ନଦୀରେ 8 ରୁ 10 ଫୁଟ ପର୍ଯ୍ୟନ୍ତ ଜଳସ୍ତର ବୃଦ୍ଧି ପାଇଛି । ନଦୀ କୂଳମାନଙ୍କରେ ଥିବା ବିଭିନ୍ନ ଛୋଟ ବଡ ମନ୍ଦିର ମଧ୍ୟ ବୁଡିବାରେ ଲାଗିଛି । ଯାହାକୁ ଦେଖି ଚିନ୍ତାରେ ପଡିଛନ୍ତି ନଦୀକୂଳିଆ ଲୋକ । ତେଣୁ ଏବେଠାରୁ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ସଜବାଜ ହେଉଛନ୍ତି । ସେଥିପାଇଁ ଦଶାଶ୍ବମେଧ ଘାଟରେ ହେବାକୁ ଥିବା ଗଙ୍ଗା ଆଳତୀର ସମୟରେ ପରିବର୍ତ୍ତନ କରାଯାଇଛି । ସନ୍ଧାରେ ହେବାକୁ ଥିବା ଏହି ଆଳତୀ ଏବେ ମଧ୍ୟାନ୍ନ ସମୟରେ ହେବା ନେଇ ଜଣାପଡିଛି ।
ତେବେ ଏହି ଆଳତୀ ଆସନ୍ତାକାଲି(ମଙ୍ଗଳବାର) ଅପରାହ୍ନ 3ଟା ସମୟରେ ଆରମ୍ଭ ହୋଇ 4ଟାରେ ସମ୍ପନ୍ନ କରାଯିବ ।