ଓଡିଶା

odisha

ETV Bharat / bharat

ଆଜି ଗଙ୍ଗା ଜୟନ୍ତୀ, ଏହି ଦିନ ଗଙ୍ଗା ସ୍ନାନ କଲେ ମିଳିଥାଏ କୋଟି ପୂର୍ଣ୍ଣ୍ୟ - ଗଙ୍ଗା ଜୟନ୍ତୀ

ଗଙ୍ଗା ଜୟନ୍ତୀ ଦିନ ଗଙ୍ଗା ଜଳରେ ସ୍ନାନ କଲେ ମୋକ୍ଷ ପ୍ରାପ୍ତି ହେବା ସହ, ମଙ୍ଗଳ ଦୋଷ ଥିବା ବ୍ୟକ୍ତିର ସମସ୍ତ ଦୋଷ କଟି ବିଶେଷ ଲାଭ ମିଳିଥାଏ । ଅଧିକ ପଢନ୍ତୁ...

ଆଜି ଗଙ୍ଗା ଜୟନ୍ତୀ, ଏହି ଦିନ ଗଙ୍ଗା ସ୍ନାନ କଲେ ମିଳିଥାଏ କୋଟି ପୂର୍ଣ୍ଣ୍ୟ
ଆଜି ଗଙ୍ଗା ଜୟନ୍ତୀ, ଏହି ଦିନ ଗଙ୍ଗା ସ୍ନାନ କଲେ ମିଳିଥାଏ କୋଟି ପୂର୍ଣ୍ଣ୍ୟ

By

Published : Apr 30, 2020, 10:56 AM IST

ହାଇଦ୍ରାବାଦ:ବୈଶାଖ ଶୁକ୍ଲ ସପ୍ତମୀ ଆଜିର ଦିନରେ ସାରା ଭାରତରେ ସମ୍ମାନ ଓ ଉତ୍ସାହ ସହିତ ଗଙ୍ଗା ଜୟନ୍ତୀ ଭାବରେ ପାଳନ କରାଯାଏ । ହିନ୍ଦୁ କ୍ୟାଲେଣ୍ଡରରେ ଗଙ୍ଗା ସପ୍ତମୀ କିମ୍ବା ଗଙ୍ଗା ଜୟନ୍ତୀ ଅନ୍ୟତମ ଶୁଭ ଦିନ ଅଟେ । ମାଆ ଗଙ୍ଗା ବୈଶାଖ ଶୁକ୍ଲ ସପ୍ତମୀ ଭଳି ଶୁଭ ଦିନରେ ଜନ୍ମଗ୍ରହଣ କରିଥିଲେ। ଏହି କାରଣରୁ, ଏହି ପବିତ୍ର ତାରିଖ ଗଙ୍ଗା ଜୟନ୍ତୀ ଭାବରେ ପାଳନ କରାଯାଏ ।

ଆଜି ଗଙ୍ଗା ଜୟନ୍ତୀ, ଏହି ଦିନ ଗଙ୍ଗା ସ୍ନାନ କଲେ ମିଳିଥାଏ କୋଟି ପୂର୍ଣ୍ଣ୍ୟ

ଗଙ୍ଗା ଜୟନ୍ତୀରେ ପୂଜା କରିବା ଦ୍ବାରା ମାଙ୍ଗଳିକ ଦୋଷରେ ପୀଡିତ ଲୋକଙ୍କୁ ବିଶେଷ ଲାଭ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଗଙ୍ଗା ଜୟନ୍ତୀ ଶୁଭ ଅବସରରେ ଗଙ୍ଗାରେ ସ୍ନାନ କରିବା ଦ୍ବାରା ପୂଣ୍ଣ୍ୟ ଲାଭ ହୋଇଥାଏ । ଏହି ତିଥି ପବିତ୍ର ଗଙ୍ଗା ନଦୀ ପୃଥିବୀକୁ ଆସିଥିବା ଖିସିରେ ପାଳନ କରାଯାଇଥାଏ । ମାତା ଗଙ୍ଗାଙ୍କ ଜନ୍ମର କାହାଣୀ ସ୍କନ୍ଦପୁରାଣ, ବାଲ୍ମିକୀ ରାମାୟଣ ଇତ୍ୟାଦି ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ।

ଶାସ୍ତ୍ର ଅନୁଯାୟୀ, ବୈଶାଖ ମାସର ଶୁକ୍ଲ ପାକ୍ଷର ସପ୍ତମୀ ତିଥିରେ ଗଙ୍ଗା ସ୍ୱର୍ଗରୁ ଶିବ ଶଙ୍କରଙ୍କ ଜଟାରେ ପହଞ୍ଚିଥିଲେ, ଅର୍ଥାତ୍ ଯେଉଁ ଦିନ ମାଆ ଗଙ୍ଗା ଉତ୍ପନ୍ନ ହୋଇଥିଲେ । ସେହି ଦିନ ଗଙ୍ଗା ଜୟନ୍ତୀ ଏବଂ 'ଗଙ୍ଗା ଦଶହରା' ଭାବେ ପାଳନ କରାଯାଏ । ଗଙ୍ଗାଜଳକୁ ସବୁଠୁ ପବିତ୍ର ବୋଲି ବିଶ୍ବାସ କରାଯାଏ । ଅନେକ ପର୍ବ ଏବଂ ଉତ୍ସବରେ ଗଙ୍ଗା ସ୍ନାନ, ଦାନ ଏବଂ ମକର ସଂକ୍ରାନ୍ତି, କୁମ୍ଭ, ଗଙ୍ଗା ସ୍ନାନ, ଏକାଦାଶୀ, ପୁର୍ଣ୍ଣମି ଇତ୍ୟାଦି ସହିତ ପ୍ରତ୍ୟକ୍ଷ ସମ୍ପର୍କ ରହିଛି, ଏହାକୁ ଅତ୍ୟନ୍ତ ଶୁଭ ଏବଂ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ ।

ଗଙ୍ଗା ଜୟନ୍ତୀ ଦିନ, ମାତା ଗଙ୍ଗାଙ୍କୁ ପୂଜା କରନ୍ତୁ । ପ୍ରଥମେ ଗଙ୍ଗାରେ ସ୍ନାନ କରି ତା’ପରେ ଏହାକୁ ବିଧି ଅନୁସାରେ ପୂଜା କରନ୍ତୁ । ଏହି ଦିନ ଗଙ୍ଗାରେ ଗାଧୋଇବା ଏବଂ ପୂଜା କରିବା ଦ୍ବାରା ସମୃଦ୍ଧି, ଖ୍ୟାତି ଏବଂ ସମ୍ମାନ ମିଳିଥାଏ ।

ABOUT THE AUTHOR

...view details