ଓଡିଶା

odisha

ETV Bharat / bharat

ବିସର୍ଜନ ହେବେ ଗଜାନନ, ସୁରକ୍ଷା ବ୍ୟବସ୍ଥା କଡାକଡି - mumbai ganpati bisarjan

ଦଶ ଦିନର ପୂଜା ପରେ ବିସର୍ଜନ ହେବେ ପ୍ରଭୁ ବିଘ୍ନହର୍ତ୍ତା । ସେ ନେଇ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

ବିସର୍ଜନ ହେବେ ଗଜାନନ
ବିସର୍ଜନ ହେବେ ଗଜାନନ

By

Published : Sep 1, 2020, 12:04 PM IST

ମୁମ୍ବାଇ: ଗତ ଦଶ ଦିନ ଧରି ଚାଲିଥିବା ଗଣେଶୋତ୍ସବ ଆଜି (ମଙ୍ଗଳବାର) ଅନନ୍ତ ଚତୁର୍ଥୀ ଦିନ ଶେଷ ହୋଇଛି । ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ ଆଜି ବାପ୍ପାଙ୍କୁ ବିସର୍ଜନ କରାଯିବ । 445ଟି ସ୍ଥାନରେ ପ୍ରଭୁ ଗଜାନନଙ୍କର ବିସର୍ଜନ କରାଯିବ । ସୁରକ୍ଷା ଦୃଷ୍ଟିରୁ ସହରରେ 35,000ରୁ ଅଧିକ ପୋଲିସ ମୁତୟନ କରାଯାଇଛି ।

ମୁମ୍ବାଇ ସହରରେ ଟ୍ରାଫିକ ବିଭାଗ, ସଶସ୍ତ୍ର ବାହିନୀ, ଷ୍ଟେଟ ରିଜର୍ଭ ପୋଲିସ ଫୋର୍ସ, ଦଙ୍ଗା ନିୟନ୍ତ୍ରଣ ସ୍କାର୍ଡ, ରାପିଡ ରେସପନ୍ସ ସ୍କ୍ବାର୍ଡ, ଆରଏଏଫ, ବିବିଡିଏସ, ହୋମ ଗାର୍ଡ ସମେତ ଏନଜିଓମାନଙ୍କର ମଧ୍ୟ ସହାୟତା ନିଆଯିବ। ଏଥିସହ ମୁମ୍ବାଇରେ 5000 ସିସିଟିଭି କ୍ୟାମେରା ମଧ୍ୟ ବ୍ୟବହାର କରାଯିବ। ସ୍ଥାନୀୟ ପୋଲିସ, ସନ୍ତରଣକାରୀ ଏବଂ କୋଷ୍ଟଗାର୍ଡଙ୍କ ସହାୟତାରେ ବିସର୍ଜନ ସ୍ଥାନରେ ଡଙ୍ଗାର ଉପଲବ୍ଧ କରାଯାଇଛି ।

ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ ଗଣେଶ ବିସର୍ଜନ ପାଇଁ 167 କୃତ୍ରିମ ବିସର୍ଜନ ସ୍ଥାନ ନିର୍ମାଣ କରିଛି । ଏହା ବାଦ ମୁମ୍ବାଇ ପୋଲିସ ରାସ୍ତାରେ ଭିଡ ନକରି ପ୍ରାକୃତିକ ସ୍ଥାନରେ ବିସର୍ଜନ କରିବାକୁ ଅନୁରୋଧ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details