ହାଇଦ୍ରାବାଦ : ମହାତ୍ମା ଗାନ୍ଧୀ ପରିବେଶ ବିଷୟରେ ଖୁବ ଗଭୀର ଭାବେ ରଚନା କରିଛନ୍ତି। ସେ ଏପରି ଜୀବନ ଶୈଳୀକୁ ଅଭ୍ୟାସରେ ପରିଣତ କରିଥିଲେ, ଯେଉଁଥିରେ ପରିବେଶ ପ୍ରତି ଭାବନା ପ୍ରମୁଖ ରହିଥିଲା। ସେ 'ଆସ୍ଥାର ସିଦ୍ଧାନ୍ତ'କୁ ପ୍ରତିପାଦିତ କରିଥିଲେ, ଯାହା ଆମକୁ ଅର୍ଥାତ୍ ବର୍ତ୍ତମାନର ପିଢ଼ିକୁ ଏହି ଦାୟିତ୍ବ ଦେଇଛି ଯେ ଆମେ ନିଜ ଭବିଷ୍ୟତର ପିଢ଼ିକୁ ଏକ ସ୍ବଚ୍ଛ ପୃଥିବୀ ପ୍ରଦାନ କରିବା। ଯୁକ୍ତିସଂଗତ ଉପଯୋଗ ଲାଗି ଆହ୍ବନ ଦେଇଥିଲେ ଗାନ୍ଧୀ । ଯାହାଦ୍ବାରା ବିଶ୍ବକୁ ସମ୍ବଳ ଅଭାବର ସମ୍ମୁଖୀନ ହେବାକୁ ପଡ଼ିବନାହିଁ।
ମହାତ୍ମା ଗାନ୍ଧୀଙ୍କ ଜୀବନକାଳରେ ଜଳବାୟୁ ବରିପର୍ତ୍ତନ କିମ୍ବା ପରିବେଶ ବିପଦକୁ ନେଇ କୌଣସି ସମସ୍ୟା ନଥିଲା । ତେଣୁ ତାଙ୍କ ଚିନ୍ତାଧାରାରେ ଏହାର କିଛି ସ୍ପଷ୍ଟ ଉଲ୍ଲେଖ୍ୟ ରହିନାହିଁ । ତଥାପି ସେ ଏକ ଅନୁକୂଳ ପରିବେଶ ଚାହୁଁଥିଲେ । ପରିବେଶର ସୁରକ୍ଷା ଏବଂ ପ୍ରକୃତିକୁ ବିନାଶରୁ ରକ୍ଷା କରିବା ପାଇଁ ପ୍ରତିବଦ୍ଧ ଥିଲେ । ତେଣୁ ନିଜ ଅନୁଗାମୀ, ଖାସକରି ତାଙ୍କ ସହ ବିଭିନ୍ନ ଆଶ୍ରମରେ ସମୟ କଟାଉଥିବା ବ୍ୟକ୍ତି ମଧ୍ୟ ଏଥିପାଇଁ ପ୍ରତିଜ୍ଞାବଦ୍ଧ ହୁଅନ୍ତୁ ବୋଲି ଚାହୁଁଥିଲେ ଗାନ୍ଧୀ ।