ଓଡିଶା

odisha

ETV Bharat / bharat

ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଗାନ୍ଧୀଙ୍କ ‘ମଣି ଭବନ’ - ମୁମ୍ବାଇର ମଣିଭବନ

ମାୟାନଗରୀର ମଣିଭବନ। ବାପୁଙ୍କ ସ୍ମୃତିର ଗନ୍ଥାଘର ରୂପେ ଇତିହାସର ପୃଷ୍ଠାରେ ବେଶ ପରିଚିତ ଏହି ଅଟ୍ଟାଳିକା । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ କହିଲେ ଏହା ଅତ୍ୟୁକ୍ତି ହେବନାହିଁ। କେବଳ ସାଧାରଣ ନୁହେଁ ଗାନ୍ଧୀଙ୍କ ବଡବଡିଆ ସମର୍ଥକଙ୍କ ପ୍ରଥମ ପସନ୍ଦ ଏହି ମଣିଭବନ । ବାହାର ଯେପରି ଭିତର ବି ସେମିତି ଐତିହାସିକ । ଖାସ ଏଥିପାଇଁ ତ ପ୍ରତିବର୍ଷ ଦେଶ ବିଦେଶରୁ ଲକ୍ଷାଧିକ ପର୍ଯ୍ୟଟକ ଏଠାରେ ରହିବାକୁ ଆସନ୍ତି।

ମଣି ଭବନ

By

Published : Sep 27, 2019, 8:35 AM IST

ମୁମ୍ବାଇ: ମାୟାନଗରୀର ମଣିଭବନ। ବାପୁଙ୍କ ସ୍ମୃତିର ଗନ୍ଥାଘର ରୂପେ ଇତିହାସର ପୃଷ୍ଠାରେ ବେଶ ପରିଚିତ ଏହି ଅଟ୍ଟାଳିକା। ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ କହିଲେ ଏହା ଅତ୍ୟୁକ୍ତି ହେବନାହିଁ। କେବଳ ସାଧାରଣ ନୁହେଁ ଗାନ୍ଧୀଙ୍କ ବଡବଡିଆ ସମର୍ଥକଙ୍କ ପ୍ରଥମ ପସନ୍ଦ ଏହି ମଣିଭବନ। ବାହାର ଯେପରି ଭିତର ବି ସେମିତି ଐତିହାସିକ। ଖାସ ଏଥିପାଇଁ ତ ପ୍ରତିବର୍ଷ ଦେଶ ବିଦେଶରୁ ଲକ୍ଷାଧିକ ପର୍ଯ୍ୟଟକ ଏଠାରେ ରହିବାକୁ ଆସନ୍ତି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ନିଜର ଭାରତ ଗସ୍ତ ବେଳେ ପତ୍ନୀଙ୍କ ସହ ଏଠାରେ ସମୟ ବିତାଇଥିଲେ । ଇତିହାସ କୁହେ ଆମେରିକାର ଏକ ସଂଗ୍ରାମୀ କିଙ୍ଗ ମାର୍ଟିନ ଲୁଥର 1959ରେ ବର୍ତ୍ତମାନର ମୁମ୍ବାଇ(ସେବେକାର ବମ୍ବେ) ଆସିଥିଲେ। ବହୁ ବଡ ବଡ ହୋଟେଲ ଛାଡି ସେ ଏହି ମଣିଭବନରେ ରହିବାକୁ ଚୟନ କରିଥିଲେ।

1912 ମସିହାରେ ବାପୁଙ୍କ ପରମମିତ୍ର Reva Shankar Jhaveri ଏହି ଭବନକୁ ତିଆରି କରିଥିଲେ । ଯାହା ପରବର୍ତ୍ତୀ ସମୟରେ ଗାନ୍ଧୀଙ୍କ ନାଁରେ ସମର୍ପିତ। 1917ରୁ 34 ମଧ୍ୟରେ ଗାନ୍ଧୀ ବହୁତ ଥର ଏଠାକୁ ଆସି ରାତ୍ରିଯାପନ କରିଥିଲେ । ଏଠାରୁ ବାପୁ ସ୍ବାଧୀନତା ଆନ୍ଦୋଳନକୁ ଗତିଶୀଳ କରାଇଥିଲେ । ଅସହଯୋଗ ଠାରୁ ଦାଣ୍ଡିଯାତ୍ରା, ଆଇନ ଅମାନ୍ୟ ଆନ୍ଦୋଳନ ଆଦି ରଣନୀତି ପ୍ରସ୍ତୁତ ପାଇଁ ବହୁ ବଡ ବଡ ନେତାଙ୍କ ଉପସ୍ଥିତିରେ ଏଠାରେ ବୈଠକ ବସୁଥିଲା।

ମେଘଶ୍ୟାମ ଆଜାଓଙ୍କାର, ମଣିଭବନର ଟ୍ରଷ୍ଟି ଏବଂ ସେକ୍ରେଟେରି କୁହନ୍ତି ଯେ, ମଣିଭବନଟି ରେବା ଶଙ୍କରଙ୍କ ଦ୍ବାରା 1912 ମସିହାରେ ନିର୍ମାଣ କରିଥିଲେ । 1915ରେ ମହାତ୍ମା ଗାନ୍ଧୀ ଭାରତ ଆସିଥିଲେ । ସେ ଦେଶରେ ରହି ଲୋକଙ୍କ ସେବା ପାଇଁ ନିଷ୍ପତ୍ତି ନେଇଥିଲେ । ପରେ ମାର୍ଟିନ ଲୁଥର କିଙ୍ଗ 1959ରେ ଭାରତ ଆସି ଏହି ମଣିଭବନରେ ରହିଥିଲେ । ଏଠାରୁ ବାପୁ ସ୍ବାଧୀନତା ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଆଉ ଏଠାରେ ରହି ବାପୁ ପ୍ରଥମ ଥର ପାଇଁ ସୂତା କାଟିବା ଶିଖିଥିଲେ।

ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଗାନ୍ଧୀଙ୍କ ‘ମଣି ଭବନ’
1917 ମସିହା ପରଠାରୁ ବାପୁ ଏଠାରୁ ପ୍ରାୟ ପ୍ରତିଦିନ ଆସୁଥିଲେ । ସୂତା କାଟିବା, ଚରଖା ଚଲାଇବା ଆଦି କାମ ବାପୁ ଏଠାରେ ରହି ଶିଖିଥିଲେ । ଏହି ଭବନର ଦ୍ବିତୀୟ ମହଲାରେ ବାପୁଙ୍କ ରୁମ ରହିଥିଲା । ଏଠାରୁ ବାପୁ ‘ୟଙ୍ଗ ଇଣ୍ଡିଆ ’ ଓ ନବଜୀବନ ଭଳି ସାପ୍ତାହିକ ଗଣମାଧ୍ୟମକୁ ଚଲାଇବା ଆରମ୍ଭ କରିଥିଲେ । ଏହି ରୁମ ଗୁଡିକ ଏବେ ବି ବାପୁଙ୍କ ଉପବାସର ସାକ୍ଷୀ ରହିଛି।1932 ଜାନୁଆରୀ 4 ବଡ ଭୋରୁ ଏହି ଭବନ ଛାତରେ ଗାନ୍ଧୀଙ୍କୁ ଗିରଫ କରାଯାଇ ବନ୍ଦୀ ରଖାଯାଇଥିଲା । ପରେ ପୁଣି 1934 ଜୁନ 27 ଓ 28ରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଏଠାରେ ହୋଇଥିଲା । ବାସ ଏହା ଥିଲା ଏହି ସ୍ଥାନରେ ଗାନ୍ଧୀଙ୍କ ଶେଷ ଦିନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details