ହାଇଦ୍ରାବାଦ: ମହାତ୍ମା ଗାନ୍ଧୀ ବିଂଶ ଶତାଦ୍ଦୀର ଜଣେ ଆସାଧାରଣ ବ୍ୟକ୍ତି ଥିଲେ । ସେ ତାଙ୍କର ବିଚାର, ଶବ୍ଦ ଓ କର୍ମକୁ ଏକ କରି, ଅପାର ଶକ୍ତି ପ୍ରାପ୍ତ କରିଥିଲେ । ଏହି ଉଦ୍ଦେଶ୍ୟ ତଥା ନୈତିକ ଉତ୍କର୍ଷତା ଗାନ୍ଧୀଜୀଙ୍କୁ ବିଶ୍ବର ଏକ ଅପ୍ରତିରୋଧ ବ୍ୟକ୍ତି ବିଶେଷ କରିଦେଇଥିଲା । ଏଥି ସକାଶେ ବାପୁ ସମଗ୍ର ବିଶ୍ବ ପାଇଁ ଆଶାର ଆଲୋକବର୍ତ୍ତିକା ହୋଇ ରହିଆସିଛନ୍ତି ଓ ରହିଥିବେ । କାରଣ ସେ ମାନବ ସମାଜ ଉପରେ ଯେଉଁ ପ୍ରଭାବ ଛାଡ଼ି ଯାଇଛନ୍ତି ତା’ର ପଟାନ୍ତର ନାହିଁ । ସର୍ବଦା ସତ୍ୟ, ସତ୍ୟାଗ୍ରହ ଓ ଅହିଂସାକୁ ସେ ଶକ୍ତିଶାଳୀ ଆୟୁଧ ଭାବରେ ବ୍ୟବହାର କରୁଥିଲେ ।
ଏହାସତ୍ୟ କି ଗାନ୍ଧୀଜୀଙ୍କ ଯୁଦ୍ଧ ବିରୋଧବାଦ ଓ ଅହିଂସା ଅନେକ ସ୍ଥାନରେ ବିଫଳ ହୋଇଛି, ଯେଉଁଠି ଅତ୍ୟାଚାରୀ ବ୍ୟକ୍ତି ବା ଶାସକ ସମ୍ପୂର୍ଣ୍ଣ ନୈତିକତା ଶୂନ୍ୟ ଥିଲେ । ପ୍ରଳୟ, ସାମୂହିକ ନରସଂହାର ଓ ଜାତୀୟ ସଫାଇ, ରାଜ୍ୟ -ଆକ୍ରମଣ, ଯୁଦ୍ଧ, ଆତଙ୍କବାଦ, ଏହିଭଳି ସମସ୍ତ ବହୁ ପ୍ରତ୍ୟାଶିତ ସକ୍ରିୟ ପ୍ରତିରୋଧକୁ ଅହିଂସା ବଳେ ପ୍ରତିହତ କରିବା କଥା ସେ କହୁଥିଲେ । ମହାତ୍ମା ଗାନ୍ଧୀ ଶାନ୍ତି ଓ ଅହିଂସା ବଳରେ ମାନବ ସମାଜକୁ ଏକତ୍ର କରିବା ସକାଶେ ବଜ୍ର ଆହ୍ବାନ ଦେଇଥିଲେ।
ଗାନ୍ଧୀଜୀ ନିଜ ଆଦର୍ଶ ବଳରେ ଭାରତୀୟ ଉପମହାଦେଶର ଜାତୀୟ ଆନ୍ଦୋଳନରେ ବିଶିଷ୍ଟ ବ୍ୟକ୍ତିଙ୍କ ସମାବେଶ କରିବାରେ ସକ୍ଷମ ହୋଇଥିଲେ । ସ୍ବାଭାବିକ ରୂପରେ ତାଙ୍କର ବାର୍ତ୍ତା ଦକ୍ଷିଣ ଏସିଆର ସମସ୍ତ ଦେଶକୁ ସ୍ଥାୟୀ ପ୍ରଭାବିତ କରିଥିଲା ।
ବିଶ୍ବର ବହୁ ବୈଜ୍ଞାନିକ, ବୁଦ୍ଧିଜୀବୀ ତଥା ଚିନ୍ତାଶୀଳ ବ୍ୟକ୍ତି ଗାନ୍ଧୀଙ୍କୁ ଆଦର୍ଶ ମାନୁଥିଲେ । ଏତଦ୍ବ୍ୟତୀତ ଏସିଆରେ ବି ତାଙ୍କର ପ୍ରଭାବ ଗଭୀର ଥିଲା । ବେନିଗ୍ନୋ ଏକ୍କିନୋ ଜୁନିୟରଙ୍କ ଦ୍ବାରା ଫିଲିପିନ୍ସର ଲୋକତନ୍ତ୍ର ପାଇଁ ସଂଘର୍ଷ ଓ ତାଙ୍କ ହତ୍ୟା ବାଦ, କୋରାଜୋନ ଏକ୍କିନ ର ମହାତ୍ମା ଗାନ୍ଧୀଙ୍କୁ ଉଦାହରଣ ଗଭୀର ପ୍ରଭାବିତ କରିଛନ୍ତି । ପରିଣାମ ଫିଲିପିନ୍ସରେ ଦେଖିବାକୁ ମିଳିଥିଲା । ମାର୍କୋସଙ୍କ ଅନେକ ଦିନ ପରେ ଅତ୍ୟାଚାର ଓ ଶାନ୍ତିପୂର୍ଣ୍ଣ ବିରୋଧ ଓ ମାଧ୍ୟମର ସଚ୍ଚା ଲୋକତନ୍ତ୍ର ଦେଖିବାକୁ ମିଳିଥିଲା ।
ସେହିଭଳି ଦକ୍ଷିଣ କୋରିଆର ଶାସକ କିମ ୟଂଗ ସୈମ ଓ କିମ ଦା-ଜଂଗ ଦୁଇଜଣ ନେତୃତ୍ବରେ ଗାନ୍ଧିଜୀଙ୍କ ଉଦାହରଣରେ ପ୍ରଭାବିତ ହୋଇ ଆର୍ଥିକ ବିଶାଳରୁ ବାହାରିବା ପାଇଁ ମାନବ ଅଧିକାରକୁ ସମ୍ମାନର ସହିତ ସ୍ଥିର ଓ ଶାନ୍ତିପୂର୍ଣ୍ଣ ଲୋକତନ୍ତ୍ର ରୂପରେ ଦେଖିଥିଲେ ।
ସହିଭଳି ବର୍ମାର ନେତା ଆଙ୍ଗ ସାନ ସୁ କି ଗାନ୍ଧୀଜୀଙ୍କ କାମ ଓ ଉଦାହରଣରେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ସେ 1989 ଓ 2010 ମଧ୍ୟରେ 21 ବର୍ଷରେ 15 ଥର ଗରିଫ ହୋଇ ଘରୁ ବାହାରେ ରହୁଥିଲେ । ସେ ବାରମ୍ବାର ଏହା ସ୍ବୀକାର କରିଥିଲେ କି ତାଙ୍କ ଜୀବନ ଓ କାମରେ ଗାନ୍ଧୀଜୀଙ୍କ ପ୍ରମୁଖ ପ୍ରଭାବ ରହିଛି । ଅହିଂସା ମାର୍ଗରେ ପରିବର୍ତ୍ତନ ଚିନ୍ତା ଗାନ୍ଧୀଜୀଙ୍କ ଠାରୁ ଜନ୍ମ । ସେ କହୁଥିଲେ ଗାନ୍ଧୀ ପ୍ରଥମ ବ୍ୟକ୍ତି ଥିଲେ ଯାହାଙ୍କର ନିଷ୍ପତ୍ତି ଥିଲା କି ହିଂସା ବିନା ବି କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବା ସମ୍ଭବପର ଅଟେ । ଆଙ୍ଗ ସାଙ୍ଗ ସୂ ଚୀ – ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ଏବଂ ମିଆଁମାରର ନେତ୍ରୀ ଆଙ୍ଗ ସାଙ୍ଗ ସୂ ଚୀ ନିଜର ଜୀବନକୁ ମହାତ୍ମାଗାନ୍ଧୀଙ୍କ ଚିନ୍ତା ଚେତନାରେ ଗଢ଼ିଥିଲେ । ସେ ପୃଥିବୀ ସାରା ବିଭିନ୍ନ ସ୍ଥାନରେ ପିଲାମାନଙ୍କୁ ଗାନ୍ଧିଜୀଙ୍କ ବିଷୟରେ ପଢ଼ିବାକୁ କହିଥାଆନ୍ତି । ମିଆଁମାରରେ ସେନା ବିରୁଦ୍ଧରେ ସୂ-ଚୀ ଲମ୍ବାସମୟ ଅହିଂସା ଉପାୟରେ ବିରୋଧ କରିଥିଲେ ।
ଦକ୍ଷିଣ ଆଫ୍ରିକାର ଆଧୁନିକ ଇତିହାସ ନେଲ୍ସନ୍ ମାଣ୍ଡେଲାଙ୍କ ସହ ସଂଶ୍ଲିଷ୍ଟ । ସେ ଗାନ୍ଧୀଙ୍କ ପଦଚିହ୍ନରେ ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ନୀତିକୁ ଦୂରେଇବା, ବଂଶାନୁକ୍ରମଭାବେ ଚାଲିଥିବା କ୍ରୀତଦାସ ପ୍ରଥା ଲୋପ କରି ସ୍ୱାଧୀନତା ଆଣିଥିଲେ ।