ଓଡିଶା

odisha

ETV Bharat / bharat

ଅବ୍ୟବସ୍ଥାରେ ଉତ୍ତରାଖଣ୍ଡର ଗାନ୍ଧୀ ମନ୍ଦିର - ଗାନ୍ଧୀ ଜୟନ୍ତୀ

ଗାନ୍ଧୀଜୀଙ୍କ 150ତମ ଜୟନ୍ତୀ ପାଳନ କରିଛି ଦେଶ । ଦେଶର ଅନେକ ସ୍ଥାନରେ ଗାନ୍ଧୀଙ୍କ ସହ ଜଡିତ ସ୍ମୃତି ରହିଥିବା ବେଳେ ସରକାରଙ୍କ ଉଦାସୀନ ମନୋଭାବ କାରଣରୁ ଅବହେଳିତ ଅବସ୍ଥାନରେ ପଡ଼ିରହିଛି । ଏହି କ୍ରମରେ ଉତ୍ତରାଖଣ୍ଡରେ ଥିବା ଗାନ୍ଧୀ ମନ୍ଦିର ମଧ୍ୟ ଅବହେଳିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 3, 2019, 10:45 AM IST

ଡେରାଡୁନ: ଜାତିର ପିତା, ଦେଶର ମହାନାୟକ ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ପାଳନ କରିଛି ଦେଶ । ଦେଶର କୋଣ ଅନୁକୋଣରେ ପାଳିତ ହୋଇଛ ଏହି ମହାନାୟକଙ୍କ ଜନ୍ମ ଶତବାର୍ଷିକି । ତେବେ ଦେଶ ଏହି ଜୟନ୍ତି ପାଳୁଥିବା ବେଳେ ଅନେକ ସ୍ଥାନରେ ତାଙ୍କୁ ଅବହେଳିତ କରାଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି କ୍ରମରେ ଉତ୍ତରାଖଣ୍ଡରେ ରହିଥିବା ଗାନ୍ଧୀ ମନ୍ଦିରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅବହେଳା କରୁଥିବା ଦେଖିବାକୁ ମିଳିଛି ।

ତେବେ ଖୁବ କମ ଲୋକ ଜାଣିଥିବେ ଯେ ଉତ୍ତରାଖଣ୍ଡରେ ଥିବା ଏହି ଗାନ୍ଧୀ ମନ୍ଦିରକୁ ନିଜେ ମହାତ୍ମା ଗାନ୍ଧୀ ଉଦଘାଟନ କରିଥିଲେ । 1929 ମସିହାରେ ଗାନ୍ଧୀଜୀ ଉତ୍ତରାଖଣ୍ଡ ଗସ୍ତରେ ଯାଇଥିବା ସମୟରେ ହିଁ ଏହି ମନ୍ଦିରର ସ୍ଥାପନା କରିଥିଲେ । ନୈନିତାଲ-ହଲଦୀୱାନୀ ରାସ୍ତାରେ ଯିବା ବାଟରେ ହିଁ ପଡ଼ିଥାଏ ଏହି ମନ୍ଦିର । ଏହି ମନ୍ଦିର ସହିତ ଗାନ୍ଧୀଜୀଙ୍କର ଅନେକ ସ୍ମୃତି ଜଡ଼ିତ ରହିଛି । ଗାନ୍ଧୀଜୀ ଯେତେବେଳେ ଉତ୍ତରାଖଣ୍ଡ ଗସ୍ତରେ ଆସି ଏହି ସ୍ଥାନରେ ଅନେକ ସମୟ ଅତିବାହିତ କରିଥିବା ଜଣାଯାଏ।

ତେବେ ସରକାରୀ ସ୍ତରରେ ଏହି ମନ୍ଦିରକୁ ଅନେକ ଅବହେଳା କରାଯାଉଥିବା ଜଣାପଡ଼ିଛି । ଫଳରେ ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅନେକ କ୍ଷୋଭ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ବାସିନ୍ଦାଙ୍କ ମୁତାବକ ଏହି ସ୍ଥାନକୁ ଐତିହାସିକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବି ଜୋର ଧରିଛି । ଏହା ହେବା ଫଳରେ ଏହି ସ୍ଥାନ ସମ୍ପର୍କରେ ଅନେକ ଲୋକ ଜାଣି ପାରିବେ । ମାତ୍ର ତାହା କରାଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ଏନେଇ ନୈନିତାଲର ଶାହା ପରିବାରର ସଦସ୍ୟ ରାଜୀବ ଲୋଚନ ଶାହା କହିଛନ୍ତି କି, ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କୁ ଏହି ସ୍ଥାନ ସମ୍ପର୍କରେ ଅନେକ ଥର କୁହାଯାଇଛି ।ଏହି ସ୍ଥାନରେ ଗାନ୍ଧୀଜୀଙ୍କ ନାମରେ ଏକ ସଂଗ୍ରହାଳୟ କରିବା ଏବଂ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଅନେକ ଥର ଦାବି ମଧ୍ୟ କରାଯାଇଛି । ଏହାକୁ ନେଇ ସେ ଆଶ୍ବାସନା ଏବଂ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏଠାରେ କାମ ଆରମ୍ଭ କରିବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ । ମାତ୍ର ତାହା ପୁରଣ ହୋଇନଥିବା ରାଜୀବ କହିଛନ୍ତି । ମାତ୍ର ସରକାରଙ୍କ ଉଦାସୀନ ମନୋଭାବ କାରଣରୁ ମନ୍ଦିର ଆଜି ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିବା ସେ କହିଛନ୍ତି।

ABOUT THE AUTHOR

...view details