ଚଣ୍ଡିଗଡ: ହରିୟାଣାରେ କ୍ଷମତାସୀନ ବିଜେପି ସରକାର ଗାନ୍ଧୀ-ନେହୁର ପରିବାର ନାଁରେ ଥିବା ସଦସ୍ୟର ସମ୍ପତ୍ତି ଯାଞ୍ଚ କରିବେ । ହରିୟାଣାରେ ଗାନ୍ଧୀ-ନେହୁର ପରିବାରଙ୍କ ସଦସ୍ୟଙ୍କ କେତେ ସମ୍ପତ୍ତି ଅଛି ସେନେଇ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ହରିୟାଣାର ମୁଖ୍ୟ ଶାସନ ସଚିବ କେ ଆନନ୍ଦ ଆରୋରା ରାଜ୍ୟର ସହରାଞ୍ଚଳ ଅଧିକାରୀଙ୍କୁ ତଦନ୍ତ କରି ତାଲିକା ଦେବାକୁ କହିଛନ୍ତି ।
2004 ରୁ 2014 ମଧ୍ୟରେ ହରିଆଣାରେ କଂଗ୍ରେସର ସରକାର ଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କ ସମୟରେ ଗାନ୍ଧୀ ସରକାର କେତେ ସମ୍ପତ୍ତି ଦଖଲ କରିଛନ୍ତି ସେନେଇ ଯାଞ୍ଚ ପ୍ରକ୍ରିୟା କରାଯିବ । 2005ରୁ 2010 ମଧ୍ୟରେ ଗାନ୍ଧୀ-ନେହୁର ପରିବାର ଅନେକ ସମ୍ପତ୍ତି ଦାଖଲ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ସମୟରେ ଗାନ୍ଧୀ-ନେହେରୁ ପରିବାର ପାଇଁ କଂଗ୍ରେସର ଅନେକ ଟ୍ରଷ୍ଟ ଏବଂ ଅନେକ ସମ୍ପତ୍ତି ଦଖଲ କରିଥିଲେ।