ପ୍ରଥମଥର ମହାତ୍ମା ଗାନ୍ଧୀ 1920ରେ କନ୍ଦେଳ ସତ୍ୟାଗ୍ରହରେ ଭାଗ ନେବାକୁ ଛତିଶଗଡ ଆସିଥିଲେ। 1933 ପୁଣି ଦ୍ବିତୀୟ ଥର ରାଜ୍ୟରେ ପାଦ ରଖିଥିଲେ ବାପୁ । ଏଠାରେ ସେ ହରିଜନଙ୍କ ଦ୍ବାର ଯାତ୍ରା ପାଇଁ ବହୁ ସମୟ ବିତାଇଥିଲେ । ଆଜି ବି ଇତିହାସର ବହୁ ପୃଷ୍ଠା, ବାପୁଙ୍କ ସେହି ସବୁ ଯାତ୍ରାର ସୁବର୍ଣ୍ଣ ମୁହୂର୍ତ୍ତକୁ ବୟାନ କରୁଛି।
ସେଦିନ ଥିଲା 1920 ଡିସେମ୍ବର 20 ତାରିଖ । ଗାନ୍ଧୀଙ୍କ ଆଗମନରେ ଛତିଶଗଡର ରାୟପୁର ଷ୍ଟେସନ ସ୍ବାଗତ ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା । ମହାତ୍ମାଙ୍କ ଗୋଟିଏ ଝଲକ ପାଇଁ ଷ୍ଟେସନରେ ଜନସମୁଦ୍ର ସୃଷ୍ଟି ହୋଇଯାଇଥିଲା। ସେ ଦିନ ସନ୍ଧ୍ୟାରେ ବାପୁ ରାଜପୁରର ଏକ ମଇଦାନରେ ନିଜ ଓଜସ୍ବିନୀ ଭାଷଣ ମାଧ୍ୟମରେ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲା । ଯାହା ଆଜି ବି ଗାନ୍ଧୀ ମଇଦାନ ନାମରେ ପରିଚିତ । ଏହାର ଗୋଟିଏ ଦିନ ପରେ ଗାନ୍ଧୀଜୀ ଧାମତରୀ ପାଇଁ ବାହାରି ଯାଇଥିଲେ।