ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରେ ଏବେ ଗାନ୍ଧୀ ପରିବାରଠାରୁ ଏସପିଜି ସୁରକ୍ଷା ହଟାଇବାର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସୁରକ୍ଷାର ସମୀକ୍ଷା କରାଯାଇ ସେମାନଙ୍କୁ ମିଳୁଥିବା ଏସ୍ପିଜି ସୁରକ୍ଷାକୁ ଫେରାଇ ନିଆଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ କଂଗ୍ରେସର ଏହି 3 ନେତାଙ୍କୁ ଏବେ Z+ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯିବ ।
Z+ ସୁରକ୍ଷା ଅଧିନରେ ସିଆରପିଏଫର କମାଣ୍ଡୋ ଗାନ୍ଧୀ ପରିବାର ସୁରକ୍ଷାରେ ନିୟୋଜିତ ହେବେ । ଗୃହମନ୍ତ୍ରାଳୟର ଉଚ୍ଚ ସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ତେବେ ସୁରକ୍ଷା ଏଜେନ୍ସିଙ୍କ ଠାରୁ ମିଳିଥିବା ଇନପୁଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ।