ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟିଂ ଦେଲେ ଗାନ୍ଧୀ ପରିବାର । ଗଣତନ୍ତ୍ର ଏହି ମହାପର୍ବରେ ସାମିଲ ହେଲେ କଂଗ୍ରେସର ଅନ୍ତରୀକ୍ଷ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ତାଙ୍କ ସହ ଝିଅ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସେପଟେ, ରାହୁଲ ଗାନ୍ଧୀ ମଧ୍ୟ ଭୋଟିଂ ଦେଇଛନ୍ତି ।
ଦିଲ୍ଲୀ ବିଧାନସଭା ନିର୍ବାଚନ: ଭୋଟ ଦେଲେ ଗାନ୍ଧୀ ପରିବାର - ଦିଲ୍ଲୀ ନିର୍ବାଚନ
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ସକାଳୁ 8ରୁ ଆରମ୍ଭ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ, ଭୋଟ ଦେଇଛନ୍ତି ଗାନ୍ଧୀ ପରିବାର । ଅଧିକ ପଢନ୍ତୁ...
ଦିଲ୍ଲୀ ବିଧାନସଭା ନିର୍ବାଚନ: ଭୋଟ ଦେଲେ ଗାନ୍ଧୀ ପରିବାର
ଶନିବାର ସକାଳୁ 8ରୁ ଆରମ୍ଭ ମତଦାନ ଆରମ୍ଭ ହୋଇଥିବାବେଳେ, 70ଟି ଆସନ ପାଇଁ ଚାଲିଛି ମତଦାନ ।କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମତଦାନ କରିଛନ୍ତି । ନିର୍ମାଣ ଭବନରୁ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମତଦାନ କରିଥିବାବେଳେ, ଆଉରଙ୍ଗଜେବ ଲେନରେ ଭୋଟ ଦେଇଛନ୍ତି ରାହୁଲ ଗାନ୍ଧୀ । ସେପଟେ ପ୍ରିୟଙ୍କା ଗାନ୍ଧୀ ନିଜେ ମତଦାନ ଦେବା ସହ ଅନ୍ୟମାନଙ୍କୁ ଏହ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ।