ହାଇଦ୍ରାବାଦ: ଭାରତରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଆଟକର ମାତ୍ରା । ଏହି କ୍ରମରେ ଏପ୍ରିଲା ମାସରେ ଗେମିଂ ଦ୍ବାରା ୱେବ ଆଟାକର ମାତ୍ରା 54 ପ୍ରତିଶତ ବଢିଥିବା ଦେଖାଯାଇଛି । ଏହି ରିପୋର୍ଟ ମୁତାବକ ଗେମିଂ ଥିମର ବ୍ୟବହାର କରି ସାଇବର ଠକମାନେ ଆଟାକ କରୁଥିବା ଜଣା ପଡିଛି । ଏନେଇ ସୂଚନା ଦେଇଛି ସାଇବର ସିକ୍ୟୁରିଟି ସଂସ୍ଥା କାସପରସ୍କାଏ ।
ବର୍ତ୍ତମାନ ଭାରତରେ ଗେମିଂ ଆପ୍ର ଚାହିଦା ଓ ଗେମରଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହାର ଲାଭ ଉଠାଇଛନ୍ତି ସାଇବର ଠକ । ଏଥିପାଇଁ ଗେମରଙ୍କୁ ପ୍ରଲୋଭିତ କରିବା ପାଇଁ ଫେମସ ଗେମର ଫ୍ରି ଭର୍ସନ ଓ ଅନେକ ଅନ୍ୟ ଆକର୍ଷଣୀୟ ଅଫର ସହ ଆଡଭର୍ଟାଇଜର ବ୍ୟବହାର କରିଥାଆନ୍ତି ସାଇବର ଠକ ।