ମୁମ୍ବାଇ: ଲଦାଖର ଗଲୱାନ ଉପତ୍ୟକାରେ ଚୀନ-ଭାରତ ସଙ୍ଘର୍ଷ ଏବେ ସାରା ଦେଶର ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଉଭୟ ସେନା ମଧ୍ୟରେ ସଙ୍ଘର୍ଷ ଘଟି ଭାରତୀୟ ଯବାନ ଶହୀଦ ହେବା ପରେ ସାରା ଦେଶରେ ଚୀନ ବିରୋଧୀ ମନୋଭାବ ତୀବ୍ର ହୋଇଛି । ଏହାକୁ ନେଇ ସମସ୍ତ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଚୀନ ବିରୋଧରେ ଦୁର୍ବଳ ମନୋଭାବ ଗ୍ରହଣ କରିଥିବାରୁ ସରକାରଙ୍କୁ ସମସ୍ତେ ସମାଲୋଚନା କରିଛନ୍ତି ।
ଏହି ଅବସରରେ ମହାରାଷ୍ଟ୍ରରେ କ୍ଷମତାରେ ଥିବା ଶିବସେନା କେନ୍ଦ୍ର ସରକାରଙ୍କୁ ଗଲୱାନ ଉପତ୍ୟକା ନେଇ ପ୍ରଶ୍ନ ପଚାରିଛି । ନିଜ ମୁଖପାତ୍ର ସାମନାରେ ଏହା ଉପରେ ଜାରି ଏକ ବିବୃତିରେ ଶିବସେନା ପଚାରିଛି ଯେ ଏପର୍ଯ୍ୟନ୍ତ କାହିଁକି ଗଲୱାନ ସଙ୍ଘର୍ଷର ସମ୍ପୂର୍ଣ୍ଣ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରାଯାଇନାହିଁ । ଏହା ଏକ ଚକିତକର ବିଷୟ । ଜନତାଙ୍କୁ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଜଣାଇବାର ଆବଶ୍ୟକତା ରହିଛି ବୋଲି ଶିବସେନା କହିଛି । ଯଦି ଚୀନ ଜବରଦସ୍ତ ଭାରତୀୟ ଅଞ୍ଚଳକୁ ପ୍ରବେଶ କରିଛି ତେବେ ଏହା ଦେଶର ସାର୍ବଭୌମତ୍ବ ଉପରେ ଆକ୍ରମଣ ବୋଲି ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଶିବସେନା ପ୍ରକାଶ କରିଛି ।
ଗତ ଛଅ ବର୍ଷ ହେଲା ମୋଦିଙ୍କ ନେତୃତ୍ବରେ ଭାରତ ଶକ୍ତିଶାଳୀ ହୋଇଛି ବୋଲି ପ୍ରଚାର ପ୍ରସାର କରାଯାଉଛି । ହେଲେ ଏବେ ପାକିସ୍ତାନ, ଚୀନ ଓ ନେପାଳ ସିଧାସଳଖ ଦେଶ ଉପରେ ଆକ୍ରମଣ କରୁଛନ୍ତି । ପଡୋଶୀ ଦେଶଙ୍କ ସହ ଭାରତର ସମ୍ପର୍କ ଭଲ ନାହିଁ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଅନେକ ରାଜନେତା ଆମେ ବିଶ୍ବ ଜିତିଛୁ ବୋଲି ଦାବି କରୁଛନ୍ତି । ଏହା ଏକ ହାସ୍ୟାସ୍ପଦ ବିଷୟ ବୋଲି ଶିବସେନା ମନ୍ତବ୍ୟ ଦେଇଛି । ସେହିପରି ପଡୋଶୀ ଦେଶଙ୍କ ସହ ସମ୍ପର୍କ ଉପରେ ଦଳ କହିଛି ଯେ ପାକିସ୍ତାନ ସର୍ଜିକାଲ ଷ୍ଟ୍ରାଇକ୍ ପରେ ବି ସୁଧୁରୁ ନାହିଁ । ଚୀନ ବିଶ୍ବାସଯୋଗ୍ୟ ନୁହେଁ । ହେଲେ ନେପାଳର ଭାରତ ବିରୋଧୀ ମନୋଭାବର ମୁକାବିଲା ପାଇଁ ଦେଶ ଏବେ ସଠିକ୍ ସ୍ଥିତିରେ ନାହିଁ ।
ଗଲୱାନ ବିବାଦର ସମ୍ପୂର୍ଣ୍ଣ ତଥ୍ୟ ଦିଅନ୍ତୁ ସରକାର: ଶିବସେନା - ଶିବସେନା
ମହାରାଷ୍ଟ୍ରରେ କ୍ଷମତାରେ ଥିବା ଶିବସେନା କେନ୍ଦ୍ର ସରକାରଙ୍କୁ ଗଲୱାନ ଉପତ୍ୟକା ନେଇ ପ୍ରଶ୍ନ ପଚାରିଛି । ନିଜ ମୁଖପାତ୍ର ସାମନାରେ ଏହା ଉପରେ ଜାରି ଏକ ବିବୃତିରେ ଶିବସେନା ପଚାରିଛି ଯେ ଏପର୍ଯ୍ୟନ୍ତ କାହିଁକି ଗଲୱାନ ସଙ୍ଘର୍ଷର ସମ୍ପୂର୍ଣ୍ଣ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରାଯାଇନାହିଁ । ଅଧିକ ପଢନ୍ତୁ..
ସୀମାରେ କୌଣସି ପ୍ରକାର ଅଶାନ୍ତି ହେଉ ଏହା କେହି ଚାହାନ୍ତି ନାହିଁ । କିନ୍ତୁ 20 ଯବାନଙ୍କ ବଳିଦାନ ବ୍ୟର୍ଥ ନଯାଉ । ମୋଦି ସରକାର ଏହାର ପ୍ରତିଶୋଧ ନନେଲେ ପ୍ରଧାନମନ୍ତ୍ରୀଙ୍କ ଛବି ମଳିନ ହେବାର ଆଶଙ୍କା ରହିଛି । କେବଳ 30ରୁ 40 ଚୀନ ସେନାଙ୍କୁ ମାରି ଖୁସି ହେବାର କୌଣସି ଯଥାର୍ଥତା ନାହିଁ । ପରବର୍ତ୍ତୀ ପଦକ୍ଷେପ କଣ ସେ ବିଷୟରେ ଏଯାଏଁ ଚୁପ୍ ରହିଛନ୍ତି ସରକାର । ଯଦି ଶାରୀରିକ ଭାବେ ଉଭୟ ସେନା ଲଢେଇ କରୁଛନ୍ତି ତେବେ ଅତ୍ୟାଧୁନିକ ଓ ଆଣବିକ ଅସ୍ତ୍ରଶସ୍ତ୍ର ତିଆରି କରି କଣ ଲାଭ । ଚୀନ ସହ ସୀମା ବିବାଦ ନେହେରୁଙ୍କ ବୈଦେଶିକ କୂଟନୀତି ଫେଲ୍ ଯୋଗୁଁ ଘଟିଛି ବୋଲି ବାରମ୍ବାର ଦାବି କରିବା ଅପେକ୍ଷା ମୋଦି ସରକାର ଏହାକୁ ସୁଧାରିବାର ପଦକ୍ଷେପ ନିଅନ୍ତୁ ବୋଲି ଶିବସେନା ସାମନାରେ ପ୍ରକାଶ କରିଛି ।