ଓଡିଶା

odisha

ETV Bharat / bharat

ରାଜସ୍ଥାନ ରାଜନୀତି: ଗେହଲଟଙ୍କୁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ରଙ୍କ ଟାର୍ଗେଟ - କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ

ରାଜସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗୁଡୁ ଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ଅଧିକ ପଢନ୍ତୁ...

ରାଜସ୍ଥାନ ରାଜନୀତି: ଗେହଲଟଙ୍କୁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ରଙ୍କ ଟାର୍ଗେଟ
ରାଜସ୍ଥାନ ରାଜନୀତି: ଗେହଲଟଙ୍କୁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ରଙ୍କ ଟାର୍ଗେଟ

By

Published : Jul 28, 2020, 8:42 AM IST

ଜୟପୁର: ରାଜସ୍ଥାନରେ ଚାଲିଥିବା କ୍ଷମତା ଯୁଦ୍ଧ ମଧ୍ୟରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜନୀତି ରଣରେ ମଧ୍ୟରେ ରାଜ୍ୟରୁ ମୁହଁ ଫେରାଇ ନେଇଥିବା ଅଭିଯୋଗ କରି ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ।

ସୋସିଆଲ ମିଡିଆରେ ରାଜ୍ୟରେ 24 ଘଣ୍ଟା ଭିତରେ ଘଟିଥିବା ଅପରାଧିକ କାର୍ଯ୍ୟକଳାପର ସୂଚନା ଦେଇ ଏପରି କହିଛନ୍ତି ଗଜେନ୍ଦ୍ର । ଯେଉଁଥିରେ ଅଲବରର ଜଣେ ହୋମଗାର୍ଡକୁ ହତ୍ୟା ଘଟଣା ସହିତ ଧୋଲପୁରରେ ପୋଲିସ ଉପରକୁ ଆକ୍ରମଣ ଓ ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ରହିଛି । ସେହିପରି ଜାଲୋରର ଚିତଲବାନାରେ ଆକ୍ରମଣରେ ପୋଲିସ କର୍ମୀ ଆହତ, ଝାଲାବାଡରେ ପୋଲିସ ହେପାଜତରେ ଥିବା ଜଣେ ଯୁବକର ମୃତ୍ୟୁ, ଯୋଧପୁରରେ ଲକ୍ଷାଧିକ ଟଙ୍କାର ଡକାୟତି ହୋଇଥିବାର ସେ ଦର୍ଶାଇଛନ୍ତି ।

ଗେହଲଟଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି,‘ମୁଖ୍ୟମନ୍ତ୍ରୀ ନିଜ ସରକାରକୁ ପଞ୍ଚତାରକା ହୋଟେଲରୁ ବାହାର କରି ସଚିବାଳୟ ଯାଆନ୍ତୁ ।’ ରାଜ୍ୟରେ ଆଇନ ବ୍ୟବସ୍ଥାରେ ସୁଧାର ଆଣନ୍ତୁ ।

ସୂଚନାଥାଉକି, ରାଜସ୍ଥାନରେ କଂଗ୍ରେସରେ କ୍ଷମତା କନ୍ଦଳ ଲାଗିରହିଛି । ଯେଉଁଥିଲାଗି ସଚିନ ପାଇଲଟଙ୍କ ସମେତ 19 ବିଧାୟକ ହରିୟାଣାର ଏକ ହୋଟେଲରେ ଥିବାବେଳେ ଅଶୋକ ଗେହଲଟଙ୍କ ସମର୍ଥକ ମାନେ ଜୟପୁରର ଏକ ହୋଟେଲରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details