ଓଡିଶା

odisha

By

Published : Dec 24, 2020, 11:23 AM IST

ETV Bharat / bharat

ରାଜସ୍ଥାନର 18ଟି ରାଜପଥ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ଗଡକରୀ

ଆଜି ରାଜସ୍ଥାନର 18 ଟି ରାଜପଥ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । ଏହି ପ୍ରକଳ୍ପଗୁଡିକରେ ପ୍ରାୟ 1,127 କିଲୋମିଟର ରାସ୍ତା ନିର୍ମାଣ କରାଯିବ, ଯାହାର ମୂଲ୍ୟ 8,341 କୋଟି ଟଙ୍କା ସୂଚନା । ଅଧିକ ପଢନ୍ତୁ...

ଆଜି ରାଜସ୍ଥାନର 18 ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ଗଡକରୀ
ଆଜି ରାଜସ୍ଥାନର 18 ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ଗଡକରୀ

ନୂଆଦିଲ୍ଲୀ: ଆଜି(ଗୁରୁବାର) ରାଜସ୍ଥାନର 18ଟି ରାଜପଥ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଏକ ପ୍ରେସ ବିବୃତ୍ତି ଅନୁଯାୟୀ, ଏହି ପ୍ରକଳ୍ପଗୁଡିକରେ ପ୍ରାୟ 1,127 କିଲୋମିଟର ରାସ୍ତା ନିର୍ମାଣ କରାଯିବ, ଯାହାର ମୂଲ୍ୟ 8,341 କୋଟି ଟଙ୍କା ଅଟେ । ତେବେ ଏହି ପ୍ରକଳ୍ପ ରାଜସ୍ଥାନର ବିକାଶ, ଯଥା- ରାଜ୍ୟରେ ଉନ୍ନତ ସଂଯୋଗ, ସୁବିଧା ଏବଂ ଅର୍ଥନୈତିକ ଅଭିବୃଦ୍ଧି କରିବାକୁ ଲକ୍ଷ ରଖିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ, ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ଜେନ (ଅବସରପ୍ରାପ୍ତ) ଭି.କେ ସିଂ ଏବଂ ରାଜ୍ୟର ଅନେକ ମନ୍ତ୍ରୀ ଯୋଗଦେବେ ।

ଏହା ପୂର୍ବରୁ ଅର୍ଥାତ୍ ସୋମବାର ଦିନ ଗଡକରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତେଲେଙ୍ଗାନାରେ 14 ଟି ଜାତୀୟ ରାଜପଥ (NH) ପ୍ରକଳ୍ପର ଉଦଘାଟନ କରିଥିଲେ । ଏକ ସରକାରୀ ସୂଚନା ଅନୁଯାୟୀ, ଏହି ପ୍ରକଳ୍ପଗୁଡିକରେ 765.663 କିଲୋମିଟର ଲମ୍ବା ରାସ୍ତା ଅନ୍ତର୍ଭୁକ୍ତ, ଯାହାର ମୂଲ୍ୟ 13,169 କୋଟି ଟଙ୍କା ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details