ନୂଆଦିଲ୍ଲୀ: ଗଣତନ୍ତ୍ରର ମହାପର୍ବରେ ସରିଯାଇଛି 5ମ ପର୍ଯ୍ୟାୟରେ ମତଦାନ । ଆଉ ବାକି ଅଛି ଦୁଇଟି ପର୍ଯ୍ୟାୟର ମତଦାନ । ତେବେ ଉକ୍ତ ପର୍ଯ୍ୟାୟ ମଧ୍ୟରେ ଶାସକ ଦଳ ଓ ବିରୋଧି ଦଳ ମଧ୍ୟରେ ବୟାନ ବାଜି ଚାଲୁ ରହିଥିବା ସ୍ବାଭାବିକ । କିନ୍ତୁ ଏବେ ନିଜ ଦଳ ପାଇଁ ବଡ଼ ବୟାନ ଦେବା ସହ ପ୍ରଶଂସା କରିବା ଆରମ୍ଭ କଲେଣି ଦଳୀୟ ନେତା । କଂଗ୍ରେସର ପ୍ରତ୍ୟେକ୍ଷ ଭାବେ ସମାଲୋଚନା କରି ଚର୍ଚ୍ଚାରେ ନୀତିନ ଗଡକରୀ । ବିଜେପି କେବଳ ମୋଦି କିମ୍ବା ଶାହଙ୍କ ନୁହେଁ ବୋଲି କହିଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡ଼କରୀ ।
ନୀତିନ ଗଡ଼କରୀ କହିଛନ୍ତି, ବିଜେପି ବିଚାରଧାରା ଉପରେ ଚଳେ । ଏହି ଦଳ ନା କେବେ ବି କେବଳ ଅଟଳ ବିହାରୀ ବାଜପେୟୀଜୀଙ୍କର ଥିଲା, ନା କେବେ ଆଡଭାନୀଙ୍କର । ଆଉ ଏବେ ବି କେବଳ ଅମିତ ଶାହ କିମ୍ବା ନରେନ୍ଦ୍ର ମୋଦିଙ୍କର ଏହି ଦଳ ନୁହେଁ । ବିଜେପି ସମସ୍ତଙ୍କର । ବିଜେପି ଏକ ବିଚାରଧାରା ଉପରେ ଆଧାରିତ ଦଳ ଏବଂ ଏହା କହିବା ଭୁଲ ଯେ ବିଜେପି ମୋଦିଙ୍କ କେନ୍ଦ୍ରିତ ହୋଇଯାଇଛି ।