ଓଡିଶା

odisha

ETV Bharat / bharat

ଟ୍ରାକକୁ ଫେରିଲା ଭାରତୀୟ ରେଳ !

ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ କହିବା ଅନୁସାରେ, ବିଗତ ୬.୫ ଦଶକ ଧରି ରେଳବିଭାଗର ଭିତ୍ତିଭୂମିରେ ମାତ୍ର ୩0 ପ୍ରତିଶତ ଉନ୍ନତି ହୋଇଛି। ମନ୍ତ୍ରୀ ଶ୍ରୀ ଗୋୟଲଙ୍କ ଏହି ବୟାନ ବିକାଶର ଧିମା ଗତିକୁ ଦର୍ଶାଉଛି। ଭାରତୀୟ ରେଳବିଭାଗର ପରିଚାଳନା ଅନୁପାତରେ ଯେତିକି ଆୟ ହେଉଛି ସେତିକି ବ୍ୟୟ ମଧ୍ୟ ହେଉଛି ବୋଲି ସିଏଜି ରିପୋର୍ଟରେ ସମାଲୋଚନା କରି କୁହାଯାଇଛି । ଆଗକୁ ପଢନ୍ତୁ...

future of Indian railway
ଟ୍ରାକକୁ ଫେରିଲା ଭାରତୀୟ ରେଳ !

By

Published : Dec 30, 2019, 11:26 PM IST

ଭାରତୀୟ ରେଳ, ଯାହାକୁ ଦେଶର ପ୍ରଗତି ଓ ଏହାର ଜୀବନ ରେଖାର ଚେହେରା କୁହାଯାଏ । ତାହା ଏବେ ଚିନ୍ତିତ ସ୍ଥିତିରେ ରହିଛି । ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ କହିବା ଅନୁସାରେ, ବିଗତ ୬.୫ ଦଶକ ଧରି ରେଳବିଭାଗର ଭିତ୍ତିଭୂମିରେ ମାତ୍ର ୩0 ପ୍ରତିଶତ ଉନ୍ନତି ହୋଇଛି। ମନ୍ତ୍ରୀ ଗୋଏଲଙ୍କ ଏହି ବୟାନ ବିକାଶର ଧିମା ଗତିକୁ ଦର୍ଶାଉଛି। ଭାରତୀୟ ରେଳବିଭାଗର ପରିଚାଳନା ଅନୁପାତରେ ଯେତିକି ଆୟ ହେଉଛି ସେତିକି ବ୍ୟୟ ମଧ୍ୟ ହେଉଛି ବୋଲି ସିଏଜି ରିପୋର୍ଟରେ ସମାଲୋଚନା କରି କୁହାଯାଇଛି । ତେଣୁ ରେଳ ବିଭାଗ ତାର ପରିଚାଳନା ପ୍ରଣାଳୀ ସମ୍ପର୍କରେ ପୁଣି ଥରେ ବିଚାର କରିବା ଉଚିତ।

୨୦୩୦ ପର୍ଯ୍ୟନ୍ତ ରେଳ ବିଭାଗକୁ ଲାଭଦାୟକ କରିବା ପାଇଁ କେନ୍ଦ୍ର ସରକାର ୫୦ଲକ୍ଷ କୋଟିର ବଜେଟ ଆଗତ କରିଥିଲେ। ଏହି ଅର୍ଥକୁ ସଠିକ ବିନିଯୋଗ କରିବା ପାଇଁ ରେଳ ବିଭାଗ ବୋର୍ଡକୁ ନୂତନ ଭାବରେ ପୁନର୍ଗଠିତ କରିବାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ସବୁଜ ସଂକେତ ଦେଇଛି । ଚଳିତ ମାସର ପ୍ରଥମ ସପ୍ତାହରେ ରେଳ ବିଭାଗ ବୋର୍ଡ ଦିଲ୍ଲୀରେ ‘ପରିବର୍ତ୍ତନ ପାଇଁ ଆଲୋଚନାଚକ୍ର’ ଆୟୋଜିତ କରିଥିଲା । ରେଳ ବିଭାଗର ଶୀର୍ଷ ଅଧିକାରୀ ବୋର୍ଡର ପ୍ରସ୍ତାବିତ ପୁନର୍ଗଠନ ପାଇଁ ହେବାକୁ ଥିବା ପଦକ୍ଷେପ ଉପରେ ବିଚାର ବିମର୍ଷ ପାଇଁ ଉପସ୍ଥିତ ଥିଲେ ।

କ୍ୟାବିନେଟ ମଞ୍ଜୁରୀ ପରେ ରେଳ ବିଭାଗରେ ବର୍ତ୍ତମାନ ସୁଦ୍ଧା ପ୍ରଚଳିତ ଥିବା ୮ ପ୍ରକାରର ରେଳ ସେବା କ୍ୟାଡରକୁ ଏକତ୍ର କରାଯିବ। ସେହିଭଳି ଅନେକ ବିଭାଗ ବଦଳରେ ଏବେ ରେଳ ବିଭାଗ ପାଖରେ କେବଳ ରେଳ ସୁରକ୍ଷା ବଳ (ଆରପିଏଫ) ଓ ଚିକିତ୍ସା ସେବା ୟୁନିଟ ରହିବ। ରେଳ ବିଭାଗର ଅଧିକାରୀଙ୍କ କହିବାନୁସାରେ କେନ୍ଦ୍ର ସରକାର ଏଭଳି ପରିବର୍ତ୍ତନ ପାଇଁ ସହମତି ପ୍ରକାଶ କରିଛି । ଏହାହେଲେ ରେଳ ବିଭାଗରେ ଥିବା ଅନେକ ପ୍ରକାରର ବିଭାଗ ଓ କ୍ୟାଡର ମଧ୍ୟରେ ସମନ୍ୱୟ ରକ୍ଷାକରି ବିଭିନ୍ନ ସମସ୍ୟାର ସମାଧାନ କରାଯାଇପାରିବ।

ପ୍ରକୃତପକ୍ଷେ ପ୍ରକାଶ ଟଣ୍ଡନ କମିଟି (୧୯୯୪), ରାକେଶ ମୋହନ କମିଟି(୨୦୦୧), ଶ୍ୟାମ ପିଟ୍ରୋଡ଼ା କମିଟି (୨୦୧୨) ଓ ବିବେକ ଦେବରାୟ କମିଟି (୨୦୧୫)ଦ୍ୱାରା କରାଯାଇଥିବା ସୁପାରିଶ ଅନୁସାରେ ରେଳ ବିଭାଗରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇ ଏବେ ବନ୍ଦ ଲଫାପାରେ ରହିଛି । ରେଳ ବିଭାଗର ପଦ୍ଧତିରେ ଅସମାନ ପରିଚାଳନା ସ୍ଥିତିରେ ପ୍ରସ୍ତାବିତ ଏହି ପୁନର୍ଗଠନ ଯୋଜନା କିପରି ରେଳ ବିଭାଗକୁ ପୁଣି ଥରେ ଟ୍ରାକକୁ ଆଣିପାରିବ ତାହା ଦେଖିବା ଉଚିତ ।

୧୯୦୫ ପରଠାରୁ ରେଳ ବିଭାଗରେ ଅଷ୍ଟକୋଣୀୟ ଚକ କାଟିବା ପ୍ରଣାଳୀରେ ପରିବହନ, ନାଗରିକ, ଯାନ୍ତ୍ରିକ, ବିଦ୍ୟୁତ ଓ ଦୂରସଞ୍ଚାର ସେବା କ୍ଷେତ୍ରରେ ପ୍ରଭାବଶାଳୀ ହୋଇଥିବା ବିଶ୍ୱାସ କରିହେଉନାହିଁ। ବିଦ୍ୟୁତ ଓ ଯାନ୍ତ୍ରିକ ବିଭାଗ ମଧ୍ୟରେ ଅସହଯୋଗର ଶ୍ରେଷ୍ଠ ଉଦାହରଣ ଯୋଗୁଁ ‘ବନ୍ଦେ ଭାରତ ଏକ୍ସପ୍ରେସ’ (ଟ୍ରେନ-୧୮)ର ଚଳାଚଳ ଆରମ୍ଭ କରିବାରେ ବିଳମ୍ୱ ହୋଇଥିଲା। ସେ ମସୟରେ ଏହି ଦୁଇଟି ବିଭାଗ କାମରେ ସହଯୋଗ କରୁନଥିଲେ। ବୋର୍ଡ଼ର ଅନେକ ସଦସ୍ୟମାନେ ନିଜ ସ୍ୱାର୍ଥକୁ କାର୍ଯ୍ୟକାରୀ କରିବାରେ ମନୋବୃତ୍ତି ରଖୁଥିବାରୁ ତାହାକୁ ସାମାନା କରିବା ପାଇଁ ସଦସ୍ୟ ସଂଖ୍ୟା ଅଧାକୁ କମ୍ କରିବା ସରକାରଙ୍କ ଏକ ସାହାସିକ ପଦକ୍ଷେପ।

ମାନବ ସମ୍ୱଳ ବିଭାଗର ମହାନିଦ୍ଦେର୍ଶକ ଏବେ ସିଧାସଳଖ ବୋର୍ଡ଼ ଅଧ୍ୟକ୍ଷ, ଯିଏ କି ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଭାବେ କାମ କରିବେ ତାଙ୍କ ଅଧୀନରେ କାମ କରିବାକୁ ପଡିବ। ବୋର୍ଡର 4 ଜଣ ସଦସ୍ୟ ରେଳ ବିଭାଗର ବିସ୍ତାର, ଭିତ୍ତିଭୂମି, ପରିବହନ ଓ ଅର୍ଥ ପରିଚାଳନା ଦେଖାଶୁଣା କରିବେ। ଯେଉଁମାନଙ୍କର ଅନୁଭବ ଓ ସଂପୃକ୍ତ ବିଷୟରେ ବିଶେଷଜ୍ଞ ହୋଇଥିବେ ସେମାନଙ୍କୁ କର୍ପୋରେଟ ଢଙ୍ଗରେ ନିଯୁକ୍ତି ମିଳିବ। ସେମାନଙ୍କୁ ବରିଷ୍ଠତା ପରିବର୍ତ୍ତେ କାର୍ଯ୍ୟକୁଶଳତାକୁ ନେଇ ପଦୋନ୍ନତି ଦିଆଯିବ। ଏହି ନିୟମ ସମ୍ପର୍କରେ କେନ୍ଦ୍ର ସରକାର ଘୋଷଣା କରି ସକାରାତ୍ମକ ପରିବର୍ତ୍ତନ ପାଇଁ ପରିକଳ୍ପନା କରିଛନ୍ତି ।

ବର୍ଷକ ମଧ୍ୟରେ ଆଠ ହଜାରରୁ ଅଧିକ ଗ୍ରୁପ-ଏ କର୍ମଚାରୀଙ୍କୁ ସରକାରଙ୍କ ଏହି ନିଷ୍ପତ୍ତି କିପରି ପ୍ରଭାବିତ କରିବ ତାହା ଦେଖିବା କଥା । ଯଦି ପ୍ରସ୍ତାବକୁ ସମ୍ପୂର୍ଣ୍ଣ ରୂପେ ଲାଗୁ କରାଯାଏ, ତେବେ ଏହା ରେଳ ବିଭାଗ ପରିଚାଳନାରେ ବଡ ଧରଣର ପରିବର୍ତ୍ତନ ଦୃଷ୍ଟିକୋଣକୁ ସ୍ୱଚ୍ଛ କରିବା ସହିତ ନୂଆ ଆଶାକୁ ଉଜାଗର କରିଛି। ଏହା ଏକ ଜଣାଶୁଣା କଥା ଯେ, ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଭାରତୀୟ ରେଳ ବିଭାଗ ନିଜର ଅର୍ଥ, ଭିତ୍ତିଭୂମି, ଯାତ୍ରୀଙ୍କ ଥିବା ସୁବିଧା ବ୍ୟବସ୍ଥା, ସେମାନଙ୍କ ସୁରକ୍ଷା ପ୍ରସଙ୍ଗରେ ଥିବା ସବସିଡ଼ ଓ ଅନ୍ୟାନ୍ୟ ସୁବିଧାକୁ ଦୁରୂପଯୋଗ କରିବାରେ କୁଖାତି ଲାଭ କରିଛି। ସନ୍ଦୀପ ବନ୍ଦୋପଧ୍ୟାୟ କମିଟିର ପରିସଂଖ୍ୟାନ ଅନୁସାରେ ୧୯୫୦ରୁ ୨୦୧୬ ମଧ୍ୟରେ ରେଳ ଯାତ୍ରୀଙ୍କ ସଂଖ୍ୟା ଓ ମାଲ ପରିବହନରେ ଯଥାକ୍ରମେ ୧୩୪୪ ପ୍ରତିଶତ ଓ ୧୬୪୨ ପ୍ରତିଶତ ବୃଦ୍ଧି ହୋଇଛି। ଅପରପକ୍ଷରେ ରେଲେୱ ନେଟୱର୍କ ୨୫ ପ୍ରତିଶତ ବୃଦ୍ଧି ପାଇନାହିଁ। ଏହି ରିପୋର୍ଟ ୬୬ ବର୍ଷ ଧରି ରେଳ ବିଭାଗର କ୍ଷମତାସୀନ ସମ୍ଭ୍ରାନ୍ତ ବର୍ଗଦ୍ୱାରା କରାଯାଇଥିବା ମାନ୍ଦାବସ୍ଥାକୁ ଦର୍ଶାଉଛି।

୨୦୨୩ ସୁଦ୍ଧା ଭାରତୀୟ ରେଳର ସର୍ବ ଭାରତୀୟ ସ୍ତରରେ ଥିବା ନେଟୱାର୍କିଂ ବ୍ୟବସ୍ଥାରେ ପରିବର୍ତ୍ତନ, ସଂସ୍କାର ଓ ପରିଚ୍ଛନ୍ନତା ସହିତ ସମ୍ପୂର୍ଣ୍ଣ ବିଦ୍ୟୁତକରଣ ଯାହାକି ବର୍ତ୍ତମାନ ସମୟର ଆବଶ୍ୟକତା ରହିଛି ତାହା କରାଯିବ ବୋଲି ମୋଦି ସରକାର ପ୍ରତିଶ୍ରୁତି ବଦ୍ଧ । ଏହି ପ୍ରତିଶ୍ରୁତି ଅନୁସାରେ, ୨୦୨୦ ଏପ୍ରିଲରୁ ନୂତନ ସିଗନାଲିଂ ପ୍ରଣାଳୀ ବ୍ୟବହାର କରାଯିବ ବୋଲି ଆଶା କରାଯାଉଛି । ଆମେରିକା, ଚୀନ ଓ ରୁଷ ପରେ ଭାରତରେ ସବୁଠାରୁ ବଡ ରେଳ ବିଭାଗରେ ବ୍ୟବସ୍ଥା ରହିଛି । ଏହିସବୁ ଦେଶମାନେ ତୀବ୍ରଗତି କ୍ଷେତ୍ରରେ ରେକର୍ଡ ସୃଷ୍ଟି, ବୈଷୟିକ ଜ୍ଞାନ କୌଶଳ ସହିତ ପରିଷ୍କାର ସୁବିଧା ଯାତ୍ରୀମାନଙ୍କୁ ପ୍ରଦାନ କ୍ଷେତ୍ରରେ ବିଖ୍ୟାତ ହୋଇଥିବା ବେଳେ ଭାରତର ଅନେକ ପ୍ରକଳ୍ପରେ ଦଳିତ ଚିନ୍ତାଧାରା ବିସ୍ତାର କରାଯାଉଛି ।

ନମନୀୟ ଡିଜାଇନ ଓ ମଜଭୂତ ନିୟନ୍ତ୍ରଣ କମାଣ୍ଡ ସିଷ୍ଟମ ଆବିଷ୍କାର କରିବାରେ ଭାରତ ଏବେ ବି ପଛରେ ରହିଛି । ବୈଜ୍ଞାନିକ ଯୋଜନା ଓ କାର୍ଯ୍ୟକାରୀତା କ୍ଷେତ୍ରରେ ପ୍ରଭାବଶାଳୀ ଯୋଜନା ମାଧ୍ୟମରେ ଦେଶ ପ୍ରଗତିର ଗାଡିକୁ ଟ୍ରାକକୁ ଆଣିବା ପାଇଁ ଏହା ପୂର୍ବରୁ ମୋଦି ସରକାର ଦେଶର ନାଗରିକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ସରକାର ରେଳ ବିଭାଗର ବ୍ୟବସାୟିକ କ୍ଷମତାକୁ ଉଜାଗର କରିବାରେ ସଫଳ ହୁଏ ତେବେ ଏହା ରାଷ୍ଟ୍ର ସହିତ ରେଳ ବିଭାଗର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବିକାଶ ପାଇଁ ବଡ ସହାୟକ ହେବ । ରେଳ ବିଭାଗ ପରିଚାଳନା ପ୍ରଣାଳୀରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ବ ବ୍ୟବସ୍ଥା ଆପଣାଇଲେ ନୂତନ ବୋର୍ଡ ମାଇଲ ଖୁଣ୍ଟ ହୋଇଯିବ । ଏହା ନିଶ୍ଚିତ ଭାବରେ ଅବ୍ୟବସ୍ଥିତ ଭାରତୀୟ ରେଳ ବିଭାଗକୁ ବଡ ଉତ୍ସାହ ସହିତ ପୁଣି ଥରେ ଟ୍ରାକକୁ ଆଣିପାରିବ ।

ABOUT THE AUTHOR

...view details