ଓଡିଶା

odisha

ETV Bharat / bharat

ଛତିଶଗଡରେ ଇମରାନ୍ ଖାନଙ୍କ କୁଶପୁତ୍ତଳିକା ଦାହ

ଜମ୍ମୁ-କଶ୍ମୀରରୁ 370 ଏବଂ 35(ଏ) ଧାରା ଉଚ୍ଛେଦ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ଭାରତ ବିରୋଧରେ ପରମାଣୁ ଯୁଦ୍ଧ କରିବାକୁ ଧମକ ଦେଉଛନ୍ତି । ତେବେ ପାକ ପ୍ରଧାନମନ୍ତ୍ରୀଙ୍କ ଏପରି ବୟାନକୁ ବିରୋଧ କରି ପଡୋଶୀ ଛତିଶଗଡରେ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ଫୋଟ ସୌଜନ୍ୟ : ଏଏନଆଇ

By

Published : Aug 29, 2019, 10:31 AM IST

Updated : Aug 29, 2019, 12:42 PM IST

ରାୟପୁର: ଭାରତ ବିରୋଧୀ ଆଭିମୁଖ୍ୟ ଆହୁରି ଜୋରଦାର କରିଛି ପାକିସ୍ତାନରେ କ୍ଷମତାସୀନ ଥିବା ଇମରାନ୍ ଖାନଙ୍କ ସରକାର । ଏପରିକି ଜମ୍ମୁ-କଶ୍ମୀରରୁ 370 ଏବଂ 35(ଏ) ଧାରା ଉଚ୍ଛେଦ ହେବା ପରେ ପରମାଣୁ ଯୁଦ୍ଧ କରିବାକୁ ଧମକ ଦେଇଛି ପାକିସ୍ତାନ । ମାତ୍ର କାଶ୍ମୀର ଘାଟିରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ସ୍ଥିତି ସୁଧାରିବା ଉପରେ ଉପରେ ଗୁରୁତ୍ବ ଦେଉଛି ଭାରତ ।

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଆଭିମୁଖ୍ୟ ବିରୋଧରେ ଉଠିଛି ସ୍ବର । ଛତିଶଗଡର ରାଜଧାନୀ ରାୟପୁରରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଧମକକୁ କରାଯାଇଛି । ଏହାର ପ୍ରତିବାଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏନେଇ ପ୍ରତିବାଦକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ଆତଙ୍କବାଦୀଙ୍କ ମାଧ୍ୟମରେ ଜମ୍ମୁ-କଶ୍ମୀର ସବୁବେଳେ ଅରାଜକତା ସୃଷ୍ଟି କରିବାରେ ଲାଗିଛି । କାଶ୍ମୀର ପ୍ରସଙ୍ଗରେ ଭାରତ ସରକାର ନେଇଥିବ ନିଷ୍ପତ୍ତି ସପକ୍ଷରେ ଛିଡା ହୋଇଛନ୍ତି ସମଗ୍ର ଦେଶବାସୀ । ଏନେଇ ପ୍ରତିକ୍ରିୟା ରଖି ମୁସଲିମ ରାଷ୍ଟ୍ରୀୟ ମଞ୍ଚର ପ୍ରବକ୍ତା ସଲିମ ରାମ କହିଛନ୍ତି ଯେ, ଦେଶରେ ହିନ୍ଦୁ ଏବଂ ମୁସଲିମ ଏକତା ରହିଛି । ଯଦି ପାକିସ୍ତାନ ନିଜ ଆଡୁ ଯଦି ଭାରତରେ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଏହାର ଦୃଢ ଜବାବ ଦିଆଯିବ ।

Last Updated : Aug 29, 2019, 12:42 PM IST

ABOUT THE AUTHOR

...view details