ଓଡିଶା

odisha

By

Published : Oct 7, 2020, 1:21 PM IST

Updated : Oct 7, 2020, 5:03 PM IST

ETV Bharat / bharat

ହାଥରସ ଗଣଦୁଷ୍କର୍ମ ଘଟଣା: ଦଙ୍ଗା ପାଇଁ ବିଦେଶରୁ ଆସୁଛି ଅର୍ଥ

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହାଥରସ ମାମଲାରେ ଫଣ୍ଡିଂର ପ୍ରମାଣ ମିଳିଛି। ବିଦେଶରୁ ହାଥରସ ମାମଲାରେ 50 କୋଟି ଟଙ୍କା ଅର୍ଥ ପ୍ରଦାନ କରାଯାଇଥିବା ଜଣାଯାଇଛି।

ଦଙ୍ଗା ପାଇଁ ବିଦେଶରୁ ହେଉଛି ଅର୍ଥ ଫଣ୍ଡିଙ୍ଗ
ଦଙ୍ଗା ପାଇଁ ବିଦେଶରୁ ହେଉଛି ଅର୍ଥ ଫଣ୍ଡିଙ୍ଗ

ଲକ୍ଷ୍ନୌ: ହାଥରସ ମାମଲାକୁ ନେଇ ଦେଶରେ ଆକ୍ରୋଶ ମାହୋଲ ସୃଷ୍ଟି ହୋଇଛି । ଏହା ମଧ୍ୟରେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହାଥରସ ମାମଲାରେ ଫଣ୍ଡିଂର ପ୍ରମାଣ ମିଳିଛି। ବିଦେଶରୁ ହାଥରସ ମାମଲାରେ 50 କୋଟି ଟଙ୍କା ଅର୍ଥ ପ୍ରଦାନ କରାଯାଇଥିବା ଜଣାଯାଇଛି।

ଏହି ପରିମାଣ ଆହୁରି ଅଧିକ ବୋଲି ସୂତ୍ରରୁ ପ୍ରକାଶ। କିନ୍ତୁ ବର୍ତ୍ତମାନ ଯାଞ୍ଚ ଏଜେନ୍ସି କୁ 50 କୋଟି ଟଙ୍କାର ସୂଚନା ପ୍ରଦାନ କରିଛି। ତେବେ ପୂର୍ବରୁ ଇଡି ଏକ ୱେବସାଇଟ୍ ତିଆରି କରି ହାଥରସ ମାମଲାରେ ପାଣ୍ଠି ବିଷୟରେ ସୂଚନା ସଂଗ୍ରହ କରୁଛି । ପିଏଫଆଇ ସହ ଜଡିତ ବ୍ୟାଙ୍କ୍‌ ଖାତାକୁ ମୋରିସସରୁ 50 କୋଟି ଟଙ୍କା ଫଣ୍ଡିଂ ହୋଇଛି । ତେବେ ସମ୍ପୂର୍ଣ୍ଣ ଫଣ୍ଡିଂ 100 କୋଟିର ହେବାର ଥିଲା ବୋଲି କୁହାଯାଉଛି ।

ଏହା ଶୁଣିବାକୁ ମିଳୁଛି ଯେ, ୟୁପିର ଶାନ୍ତିକୁ ଭଙ୍ଗ କରିବା ପାଇଁ ଅନେକ ସଂଗଠନ ଏବଂ ଲୋକମାନେ ହାଥରସ ମାମଲାରେ ସକ୍ରିୟ ଅଛନ୍ତି। ଏଭଳି ପରିସ୍ଥିତିରେ ହାଥରସ ମାମଲାରେ ଟଙ୍କା ଏକଜୁଟ କରାଯାଉଛି । ଯାହା ବିଦେଶରୁ ଆସୁଛି ବୋଲି ଜଣାପଡିଛି ।

ପୋଲିସ ଅଧିକାରୀମାନେ ମଧ୍ୟ ସେମାନଙ୍କ ବିବୃତ୍ତିରେ ସ୍ୱୀକାର କରିଛନ୍ତି ଯେ, ହାଥରସ ଘଟଣାକୁ ନେଇ ଉତ୍ତରପ୍ରଦେଶରେ ଶାନ୍ତି ବ୍ୟବସ୍ଥାକୁ ଭଙ୍ଗ କରିବା ପାଇଁ ଏକ ବଡ଼ ଧରଣର ଷଡ଼ଯନ୍ତ୍ର କରାଯାଇଥିଲା । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ମଧ୍ୟ ପ୍ରଚାର କରାଯାଇଥିଲା।

ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଦେଇଛି । ଏହାସହ ସ୍ଥିତି ବିଗାଡିବାକୁ ପ୍ରୟାସ କରି ଖୋଲାଯାଇଥିବା ୱ୍ବେବସାଇଟ ସମ୍ପର୍କରେ ତଥ୍ୟ ଯୋଗାଡ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 7, 2020, 5:03 PM IST

ABOUT THE AUTHOR

...view details