ଓଡିଶା

odisha

ସିରିଆରେ ଦୁର୍ଘଟଣା: ଟ୍ୟାଙ୍କର-ଯାତ୍ରୀବାହି ବସ ଓ କାର ମୁହାଁମୁହିଁ ଧକ୍କା, 30 ମୃତ

ଏକ ତେଲ ଟ୍ୟାଙ୍କର ସହ ଦୁଇଟି ଯାତ୍ରୀବାହୀ ବସ ଏବଂ ଅନ୍ୟାନ୍ୟ କାର ସହିତ ମୁହାଁମୁହିଁ ଧକ୍କା ହୋଇଛି ।

By

Published : Mar 8, 2020, 10:17 AM IST

Published : Mar 8, 2020, 10:17 AM IST

Fuel tanker collides
ସିରିଆ ଦୁର୍ଘଟଣା

ଦାମସକସ: ସିରିଆରେ ବଡ ଧରଣର ଦୁର୍ଘଟଣା । ଏକ ତେଲ ଟ୍ୟାଙ୍କର ସହ ଦୁଇଟି ଯାତ୍ରୀବାହୀ ବସ ଏବଂ ଅନ୍ୟାନ୍ୟ କାର ସହିତ ମୁହାଁମୁହିଁ ଧକ୍କା ହୋଇଛି । ଶନିବାର ସିରିଆର ରାଜଧାନୀ ଦାମସକସ ନିକଟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଯେଉଁଥିରେ 30 ଜଣଙ୍କର ମୃତ୍ୟୁ ହୋଇଛି ।

ଖବର ଅନୁଯାୟୀ, ବାଗଦାଦ ବ୍ରିଜ ନିକଟସ୍ଥ ଦାମସକସ-ହୋମ୍ସ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଅନେକ ଆହତ ହୋଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ଯାଁଏ 30 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details