ପୁଣେ: ଅଦରକାରୀ ପ୍ଲାଷ୍ଟିକରୁ ପ୍ରସ୍ତୁତ ହେବ ଇନ୍ଧନ । ଆମେ ଅଦରକାରୀ ଭାବି ଫିଙ୍ଗି ଦେଉଥିବା ବର୍ଜ୍ୟବସ୍ତୁରୁ ଉତ୍ପନ ହୋଇପାରିବ ଜାଳେଣି ଇନ୍ଧନ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଏହା ସମ୍ଭବ । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଇନ୍ଧନ ପ୍ରସ୍ତୁତି ପାଇଁ ଆଗକୁ ଆସିଛି ପୁଣେ ନଗର ନିଗମ ।
ପ୍ଲାଷ୍ଟିକରୁ ଇନ୍ଧନ । ଅଦକାରୀ କହି ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ ଇନ୍ଧନରେ ପରିଣତ ହୋଇପାରିବ ।ଆଉ ଏ ଦିଗରେ କାମ ଆରମ୍ଭ କରିଛି ପୁଣେ ନଗର ନିଗମ । ଦିନକୁ ଦିନ ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାର ପରିବେଶ ଉପରେ କୁପ୍ରଭାବ ପକାଉଛି । ଏହାଯୋଗୁଁ ବିଶ୍ବ ତାପମାତ୍ରା ବୃଦ୍ଧି ପାଉଛି । ତେବେ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ହ୍ରାସ କରିବା ଲକ୍ଷ୍ୟରେ ପ୍ଲାଷ୍ଟିକ ଆବର୍ଜନାରୁ ଇନ୍ଧନ ପ୍ରସ୍ତୁତ ପାଇଁ ଅଣ୍ଟା ଭିଡିଛି ପିଏମସି । ଏଥିପାଇଁ ନଗର ନିଗମ ଅନ୍ୟ ସଙ୍ଗଠନ ମାନଙ୍କ ସହ ମିଶି କାମ ମଧ୍ୟ ଆରମ୍ଭ କରିଛି । ଖାଲି ସେତିକି ନୁହେଁ ଆବର୍ଜନାରୁ ବାହାରୁଥିବା ଅବଶେଷକୁ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କରିବାକୁ ଲକ୍ଷ୍ୟ ରଖିଛି ।