ଓଡିଶା

odisha

ETV Bharat / bharat

ଫଳ ପରିବାରେ ବ୍ୟାପିପାରେ ଭାଇରସ, ଜାଣନ୍ତୁ ସଫା ରଖିବାର ଉପାୟ - health tips

ବାହାରୁ ଆଣୁଥିବା ପନିପରିବା ଏବଂ ଫଳ ସଫା କରିବା ପାଇଁ କେବଳ ସଫା ପାଣି ଯଥେଷ୍ଟ । କିନ୍ତୁ ସଫା କରିବା ସମୟରେ ଆପଣ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ । ଅଧିକ ପଢନ୍ତୁ...

ବାହରୁ ଆଣୁଥିବା ଫଳ ପରିବା ଦ୍ବାରା ବ୍ୟାପିପାରେ ଭାଇରସ, ଜାଣନ୍ତୁ ସଫା ରଖିବାର ଉପାୟ
ବାହରୁ ଆଣୁଥିବା ଫଳ ପରିବା ଦ୍ବାରା ବ୍ୟାପିପାରେ ଭାଇରସ, ଜାଣନ୍ତୁ ସଫା ରଖିବାର ଉପାୟ

By

Published : Jun 8, 2020, 6:40 PM IST

ହାଇଦ୍ରାବାଦ: କୋରୋନା ମହାମାରୀରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି । ଏପରି ସ୍ଥିତିରେ, ଖାଦ୍ୟ ସାମଗ୍ରୀ ବାହାରୁ ଆଣିବା ନେଇ ଭୟ ରହିଛି । ଏମିତି ମଧ୍ୟ ଭାବନା ଆମର ଏହି ସାମଗ୍ରୀ ମାଧ୍ୟମରେ ଭାଇରସ ଆଉ ଆସି ଯାଉନି ତ । ଫଳ ଏବଂ ପନିପରିବା ଉପରେ ମଧ୍ୟ ସମାନ ଭୟ ରହୁଛି । ଏପରି ପରିସ୍ଥିତିରେ କିଛି ଜିନିଷର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ତେବେ ଦୈନନ୍ଦିନ ଜୀବନରେ ଆବଶ୍ୟକତା ଥିବା ସାମଗ୍ରୀ ଠାରୁ କୋରୋନା ହେବାର କୌଣସି ବିପଦ ନାହିଁ ବୋଲି ବିଶ୍ବର ବିଶେଷଜ୍ଞମାନେ ଦାବି କରୁଛନ୍ତି । ଆମେ କୌଣସି ଭୟ ବିନା ଏହି ଜିନିଷଗୁଡିକ ବ୍ୟବହାର କରିବା ଉଚିତ ବୋଲି ସେମାନେ କହିଛନ୍ତି । କିନ୍ତୁ ଫଳ, କ୍ଷୀର କିମ୍ବା ପନିପରିବା ବିକାଳି ଯଦି କୋରୋନା ସଂକ୍ରମିତ ଥାଆନ୍ତି, ତେବେ ସଂକ୍ରମଣର ଭୟ ଅଧିକ ରହିଥାଏ । ଏପରି ପରିସ୍ଥିତିରେ କିଛି ରୋଷେଇ ଟିପ୍ସ ରହିଛି ଯାହା ଦ୍ବାରା ଆପଣଙ୍କ ସାମଗ୍ରୀ କୋରୋନା ମୁକ୍ତ ହୋଇପାରିବ ।

ଅନେକ ଲୋକ ଜୀବାଣୁ ମୁକ୍ତ ପାଇଁ କ୍ଲୋରିନ, ଡିସଇନ୍ଫେକ୍ଟେଣ୍ଟ ଓ ଆଲକହଲ ଭଳି ରାସାୟନିକ ପଦାର୍ଥ ବ୍ୟବହାର କରି ପନିପରିବା ଧୋଇଥାନ୍ତି । ଏହାବ୍ୟତୀତ, କିଛି ଲୋକ ପନିପରିବା ସାବୁନ କିମ୍ବା ଡିଟରଜେଣ୍ଟ ପାଣିରେ ଧୋଇ ଥାଅନ୍ତି । ଏପରି କରିବା ଅନୁଚିତ । ଏହି ଜିନିଷଗୁଡ଼ିକ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସାଂଘାତିକ ହୋଇପାରେ ।

ପନିପରିବା ଏବଂ ଫଳ ସଫା କରିବା ପାଇଁ କେବଳ ସଫା ପାଣି ଯଥେଷ୍ଟ । କିନ୍ତୁ ସଫା କରିବା ସମୟରେ ଆପଣ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ ।

ପନିପରିବା ଏବଂ ଫଳ କାଟିବା ପୂର୍ବରୁ ଧୋଇବା ଉଚିତ। କାରଣ କାଟିବା ପରେ ଏହାକୁ ଧୋଇବା ଦ୍ୱାରା ଏହାର ପୁଷ୍ଟିକର ମୂଲ୍ୟ କମିଯାଏ ।

ସବୁବେଳେ ଏକ ବଡ ହାଣ୍ଡିରେ ପାଣିରେ ଭର୍ତ୍ତି କରି ପନିପରିବା ଏବଂ ଫଳଗୁଡିକ ଗୋଟିଏ ପରେ ଗୋଟିଏ ଧୋଇ ଦିଅନ୍ତୁ । ଏହା ସହିତ, ଟ୍ୟାପ ତଳେ ଗୋଟିଏ ପରେ ଗୋଟିଏ କରି ଧୋଇ ଧୋଇ ଦିଅନ୍ତୁ ।

ଯଦି ପାଣିର ଅଭାବ ଥାଏ କିମ୍ବା ଫଳ ଏବଂ ପନିପରିବାକୁ ବହୁତ କମ ପାଣିରେ ଧୋଇବାକୁ ଚାହାଁନ୍ତି, ତେବେ ଏକ ସହଜ ଉପାୟ ହେଉଛି ଏକ ବଡ଼ ପାତ୍ରରେ ପାଣି ନେଇ ସେଥିରେ ଏକ ଚାମଚ ଲୁଣ ମିଶାନ୍ତୁ । ବର୍ତ୍ତମାନ ସେଥିରେ ଫଳ ଏବଂ ପନିପରିବା ବୁଡ଼ାଇ ଭଲ ଭାବରେ ସଫା କରନ୍ତୁ ।

ଚୋପାକୁ ବାହାର କରିବା ପରେ ବ୍ୟବହାର କରାଯିବାକୁ ଥିବା ଫଳଗୁଡିକ ମଧ୍ୟ ଚୋପା କିମ୍ବା ପାଣିରେ ଚୋପା ସହିତ ଭଲ ଭାବରେ ଧୋଇବା ପରେ କାଟିବା ଉଚିତ ।

ଯଦି ଆପଣ ବାହାରୁ କ୍ଷୀରର ପ୍ୟାକେଟ ଆଣିଛନ୍ତି, ତେବେ ଏହାକୁ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ ।

ଦାନ୍ତ ସାହାର୍ଯ୍ୟରେ କୌଣସି ପ୍ୟାକେଟ ଛିଣ୍ଡାଇବା ଠାରୁ ଦୂରେଇ ରୁହନ୍ତୁ ।

ସର୍ବଦା ଅଧିକ ଉତ୍ତାପରେ ମାଂସ ରାନ୍ଧି ଖାଆନ୍ତୁ ।

ଫ୍ରିଜରେ ସବୁବେଳେ ରନ୍ଧା ଖାଦ୍ୟକୁ ଅଲଗା ଏବଂ କଞ୍ଚା ଖାଦ୍ୟକୁ ଅଲଗା ରଖନ୍ତୁ ।

ବର୍ତ୍ତମାନ ଚୋପା ସହିତ ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହାକୁ କେବଳ ରାନ୍ଧି କରି ଖାଆନ୍ତୁ ।

ABOUT THE AUTHOR

...view details