ଓଡିଶା

odisha

By

Published : Oct 1, 2019, 11:39 AM IST

ETV Bharat / bharat

ଆଜିଠୁ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟର ରଙ୍ଗ ଏକ

ଆଜିଠାରୁ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଥିବା ନିୟମ ବଦଳିଯିବ ଏବଂ ପୁରୁଣା ଡ୍ରାଇଭିଂ ଲାଇସେନ୍ସକୁ ଅପଡେଟ୍‌ କରାଇବାକୁ ପଡିବ । ଏହି ପ୍ରକ୍ରିୟା ପୁରାପୁରି ଅନଲାଇନ ହେବ । ଏହା ସହ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ(ଆରସି) ଗୋଟିଏ ରଙ୍ଗର ହେବ ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦେଶରେ ନୂଆ ମୋଟର ଯାନ ଆଇନ ଆସିବା ପରେ ଟ୍ରାଫିକ୍‌ ନିୟମରେ ଅନେକ ପରିବର୍ତ୍ତନ କରାଯାଇଛି । ସେହିପରି ଆଜିଠାରୁ ଅର୍ଥାତ୍‌ ଅକ୍ଟୋବର 1ରୁ ଏପରି କିଛି ନିୟମ ବଦଳିବାକୁ ଯାଉଛି । ହେଉଛି । ଯେଉଁ ନିୟମକି ଆପଣଙ୍କ ଦୈନିନ୍ଦିନ ଜୀବନ ସହ ଜଡିତ ।

ଆଜିଠାରୁ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଥିବା ନିୟମ ବଦଳିଯିବ ଏବଂ ପୁରୁଣା ଡ୍ରାଇଭିଂ ଲାଇସେନ୍ସକୁ ଅପଡେଟ୍‌ କରାଇବାକୁ ପଡିବ । ଏହି ପ୍ରକ୍ରିୟା ପୁରାପୁରି ଅନଲାଇନ ହେବ । ଏହା ସହ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ(ଆରସି) ଗୋଟିଏ ରଙ୍ଗର ହେବ । ଏଥି ସହିତ ଡ୍ରାଇଭିଂ ଲାଇସେନ୍ସ ଓ ଆରସିରେ ମାଇକ୍ରୋଚିଫ୍‌ ସହିତ କ୍ୟୁଆର କୋର୍ଡ ବି ଦିଆଯିବ ।

ଏହି କୋର୍ଡ ଜରିଆରେ ନିଜର ପୁରୁଣା ରେକର୍ଡ ଜଣାପଡିବ । ତେବେ ଟ୍ରାଫିକ୍‌ ପୋଲିସଙ୍କୁ ଏହି କୋର୍ଡକୁ ସ୍କାନ କରିବା ପାଇଁ ଏକ ଡିଭାଇସ ଦିଆଯିବ । ତେବେ ଏବେ ସୁଦ୍ଧା ଯେଉଁ ନିୟମ ଥିଲା ସେଥିରେ ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ଡ୍ରାଇଭିଂ ଲାଇସେନ୍ସ ଥିଲା । କିନ୍ତୁ ଏହି ନିୟମ ପରେ ଦେଶସାରା ଗୋଟିଏ ଡିଏଲ ହୋଇଯିବ । ଆଜିଠାରୁ ନା କେବଳ ଡିଏଲ ଓ ଆରସିର ରଙ୍ଗ ଏକାଭଳି ହେବ ବଂର ଏହାର ପ୍ରିଣ୍ଟିଂବି ଏକା ପରି ହେବ । ତେବେ ସରକାର ଏଥିଲାଗି ପୂର୍ବରୁ ସୂଚନା ଜାରି କରଥିଲେ ।

ABOUT THE AUTHOR

...view details