ଓଡିଶା

odisha

ETV Bharat / bharat

ସ୍ବପ୍ନକୁ ନୂଆ ରୂପ ଦେଲେ ଜୀବୀତ, ନିଟରେ 193ରୁ 664ର ଯାତ୍ରା...

ସାଧାରଣ ସରକାରୀ ସ୍କୁଲର ଜଣେ ଛାତ୍ର ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିବା କମ ବଡ କଥା ନୁହେଁ । ଆମେ ଏପରି ଜଣେ ଛାତ୍ରଙ୍କ ବିଷୟରେ କହିବାକୁ ଯାଉଛି ଯିଏ ସାଧାରଣ ଏକ ସରକାରୀ ସ୍କୁଲରୁ ପାଠ ପଢି ନିଟ ପରୀକ୍ଷାରେ ହାସଲ କରିଛନ୍ତି ଆଶାତୀତ ସଫଳତା । ଅଧିକ ପଢନ୍ତୁ...

ସ୍ବପ୍ନକୁ ନୂଆ ରୂପ ଦେଲେ ଜୀବୀତ, ନିଟରେ 193ରୁ 664ର ଯାତ୍ରା...
ସ୍ବପ୍ନକୁ ନୂଆ ରୂପ ଦେଲେ ଜୀବୀତ, ନିଟରେ 193ରୁ 664ର ଯାତ୍ରା...

By

Published : Oct 20, 2020, 9:23 PM IST

ଚେନ୍ନାଇ: ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଇ ଅନେକ ଧନୀ ଘର ନିଜ ପୁଅ ଝିଅଙ୍କୁ ବଡ ବଡ କୋଚିଂ ସେଣ୍ଟରରେ ପଢାଇବାର ନଜିର ରହିଛି । ହେଲେ ସାଧାରଣ ସରକାରୀ ସ୍କୁଲର ଜଣେ ଛାତ୍ର ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିବା କମ ବଡ କଥା ନୁହେଁ । ଆମେ ଏପରି ଜଣେ ଛାତ୍ରଙ୍କ ବିଷୟରେ କହିବାକୁ ଯାଉଛି ଯିଏ ସାଧାରଣ ଏକ ସରକାରୀ ସ୍କୁଲରୁ ପାଠ ପଢି ନିଟ ପରୀକ୍ଷାରେ ହାସଲ କରିଛନ୍ତି ଆଶାତୀତ ସଫଳତା ।

ସରକାରୀ ସ୍କୁଲର ଛାତ୍ର ଏନ ଜୀବୀତ କୁମାର, ଯିଏକି ଚଳିତ ଥର ନିଟ ପରୀକ୍ଷାରେ ମୋଟ 720 ମାର୍କରୁ 664 ରଖିଛନ୍ତି । ଏହା ପଢିବା ପରେ ଆପଣଙ୍କ ମନରେ ବି ପ୍ରଶ୍ନ ଉଠୁଥିବା ଏଥିରେ ଖାସ କଥା କେଉଁଠି ରହିଛି । ପରୀକ୍ଷାରେ ତ ଅନେକ ଛାତ୍ରଛାତ୍ରୀ ଏପରି ମାର୍କ ରଖି ସଫଳ ହୋଇଛନ୍ତି । ତେବେ ଜୀବୀତଙ୍କ କ୍ଷେତ୍ରରେ କଣ ରହିଛି ଭିନ୍ନତା ?

ତେବେ ଜୀବୀତଙ୍କର ଏହି ସଫଳତାକୁ ନେଇ ଖୁସି ମନାଇବାର କାରଣ ଏହା କି, ସେ ଅନେକ ବାଧାବିଘ୍ନ ସତ୍ତ୍ବେ ହାସଲ କରିଛନ୍ତି ଏପରି ସଫଳତା । ଥେନ୍ନି ଜିଲ୍ଲାର ସିଲୁଭରପଟ୍ଟି ମୋଡେଲ ଏଚଏସଏସ ସରକାରୀ ସ୍କୁଲର ଛାତ୍ର ନିଜର ପ୍ରଥମ ପ୍ରୟାସରେ ମାତ୍ର 193 ମାର୍କ ହାସଲ କରିବାରେ ସକ୍ଷମ ହୋଇଥିଲେ ।

ଜୀବୀତଙ୍କ ବାବା ଜଣେ ଛେଳି ଚରାଳୀ ହୋଇଥିବା ବେଳେ ତାଙ୍କ ମା' ଦିନ ମଜୁରିଆ । ତେବେ ଅନେକ ବାଧାବିଘ୍ନ ସତ୍ତ୍ବେ ତାମିଲ ମାଧ୍ୟମିକ ସ୍କୁଲରୁ ପାଠ ପଢି ନିଟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଜୀବତ ।

ଜୀବୀତଙ୍କ ସ୍କୁଲର ପ୍ରଧାନ ଶିକ୍ଷକ ଏ ମୋହନଙ୍କ କହିବା ଅନୁଯାୟୀ ସେ ଯୁକ୍ତ 2 ପରୀକ୍ଷାରେ 600 ମାର୍କରୁ 568 ମାର୍କ ରଖିଥିଲେ । ଏହାପରେ ସ୍କୁଲ ପକ୍ଷରୁ ଟଙ୍କା ଯୋଗାଡ କରି କେରଳର ଏକ ବେସରକାରୀ କୋଚିଂ ସେଣ୍ଟରରେ ଆଡମିଶନ କରିବାକୁ ନିଷ୍ପତ୍ତି ନେଇଥିଲେ ସମସ୍ତ ଶିକ୍ଷକ । ହେଲେ ଜୀବୀତ କିନ୍ତୁ ତାମିଲନାଡୁରେ ରହି ମାତୃଭାଷା ଶିକ୍ଷା କରିବା ସହ ଏହି ସ୍କୁଲର ଶିକ୍ଷକଙ୍କ ପାଖରେ ପଢିବାକୁ ଆଗ୍ରହୀ ଥିଲେ । ପରେ ତାଙ୍କ ପଢାକୁ ଦୃଷ୍ଟିରେ ରଖି କୋଚିଂ ସେଣ୍ଟର କିଛି ଫି ହ୍ରାସ କରିଦେଇଥିଲେ । ନିଟରେ ସର୍ବଭାରତୀୟ ର୍ୟାଙ୍କ୍‌ 1823 ହାସଲ କରିଥିବା ଜୀବୀତ ମେଡିକାଲ ପାଠ ପଢିବାକୁ ଯାଉଥିବା ନିଜ ସ୍କୁଲ ଦ୍ବିତୀୟ ଛାତ୍ର ।

ABOUT THE AUTHOR

...view details