ନୂଆଦିଲ୍ଲୀ: ଚୀନ ଓ ଭାରତ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଥିବାବେଳେ ଭାରତ ପ୍ରତି ଗୋଟିଏ ପରେ ଗୋଟିଏ ଦେଶର ସମର୍ଥନ ପ୍ରକାଶ ପାଉଛି । ବିଶେଷ କରି ଆମେରିକା, ଜାପାନ, ଇସ୍ରାଏଲ ଭାରତ ପ୍ରତି ସମର୍ଥନ ଜଣାଇଛନ୍ତି । ଭାରତର ପୁରୁଣା ବନ୍ଧୁ ଋଷ ମଧ୍ୟ ଭାରତ ପଛରେ ରହିଛି । ଜାପାନ କହିଛି ଯେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ସ୍ଥିତି ପରିବର୍ତ୍ତନ କରିବାକୁ କୌଣସି ଏକପାଖିଆ ପ୍ରୟାସକୁ ବରଦାସ୍ତ କରାଯିବନି । ଜାପାନ ଭାରତର ଉଦ୍ୟମକୁ ପ୍ରଶଂସା କରିଛି ଏବଂ ଆଶା କରୁଛି ଯେ ସମଗ୍ର ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହେବ ।
ଚୀନ ବିରୁଦ୍ଧରେ ଭାରତ ପଛରେ ଠିଆ ହେଲା ଜାପାନ - ladakh
ଚୀନ ବିରୁଦ୍ଧରେ ଭାରତ ପଛରେ ଛିଡ଼ା ହେଲା ଜାପାନ । ଚୀନ ଓ ଭାରତ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଥିବାବେଳେ ଭାରତ ପ୍ରତି ବିଶ୍ବ ସମୁଦାୟର ସମର୍ଥନ ପ୍ରକାଶ ପାଇଛି । ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକାକୁ ନେଇ ଗଠିତ କ୍ବାଡ ଏବେ ଚୀନ ବିରୁଦ୍ଧରେ ସବୁଠାରୁ ଶକ୍ତିଶାଳୀ ସଂଗଠନ ଭାବେ ଛିଡ଼ା ହୋଇଛି । ଅଧିକ ପଢନ୍ତୁ...
ଭାରତରେ ଜାପାନର ରାଷ୍ଟ୍ରଦୂତ ସତୋଶୀ ସୁଜୁକି, ଭାରତୀୟ ବୈଦେଶିକ ସଚିବ ଏଚ୍.ଭି ଶ୍ରୀଙ୍ଗଲାଙ୍କୁ ଭେଟିବା ପରେ ଏହି ବିବୃତ୍ତି ଦେଇଛନ୍ତି । ଗତ ଶନିବାର ଦିନ ଭାରତ ମହାସାଗରରେ ଜାପାନ ଓ ଭାରତର ନୌସେନା ମିଳିତଭାବେ ସମରାଭ୍ୟାସ କରିଛନ୍ତି । ଏଥିରେ ଭାରତୀୟ ନୌସେନାର ଆଇଏନଏସ ରାନା ଓ ଆଇଏନଏସ କୁଲିସ ଯୁଦ୍ଧ ଜାହାଜ ଓ ଜାପାନର ନୌସେନାର ଜେଏସ କାସିମା ଓ ଜେଏସ ସିମାୟୁକି ଯୋଗ ଦେଇଥିଲେ । ଭାରତ ଓ ଜାପାନର ନୌସେନା ପୂର୍ବରୁ ମଧ୍ୟ ଅନେକ ଥର ସମରାଭ୍ୟାସ କରିଥିଲେ ମଧ୍ୟ ଏଥରର ପରିସ୍ଥିତି ଭିନ୍ନ । ସୀମାରେ ଭାରତ ଓ ଚୀନ ସେନା ବିଭିନ୍ନ ଆଧୁନିକ ଯୁଦ୍ଧାସ୍ତ୍ର ସହ ମୁହାଁମୁହିଁ ହୋଇଛନ୍ତି । ସେହିପରି ଜାପାନ ଉପକୂଳରେ ଥିବା ସେନକୁ ଦ୍ବୀପର ମାଲିକାନାକୁ ନେଇ ଚୀନ ଓ ଜାପାନ ମଧ୍ୟରେ ଉତ୍ତେଜନା ବଢିଛି । ଏହାକୁ ଦ୍ଷ୍ଟିରେ ରଖି ଜାପାନ ସୀମାରେ ନିଜର କ୍ଷେପଣାସ୍ତ୍ର ମୁତୟନ କରିଛି ।
ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକାକୁ ନେଇ ଗଠିତ କ୍ବାଡ ଏବେ ଚୀନ ବିରୁଦ୍ଧରେ ସବୁଠାରୁ ଶକ୍ତିଶାଳୀ ସଂଗଠନ ଭାବେ ଛିଡ଼ା ହୋଇଛି । ଏହି ସଂଗଠନ ମାଧ୍ୟମରେ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ଦାଦାଗିରିକୁ କ୍ଷୁର୍ଣ୍ଣ କରିବାକୁ ଉଦମ କରାଯାଉଛି । ଆଗାମୀ ଦିନରେ କ୍ବାଡ ଓ ଚୀନ ମଧ୍ୟରେ ଶୀତଳ ଯୁଦ୍ଧ ଘନେଇବା ଆଶଙ୍କା ରହିଛି ।