ଓଡିଶା

odisha

ETV Bharat / bharat

ଲକଡାଉନ 2.0; ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଅନୁମତି - lockdown period

ଲକଡାଉନ 2.0ରେ କେତେକ କ୍ଷେତ୍ରରୁ କଟକଣାରୁ ବାଦ କରାଯାଇଛି । କଟକଣାରୁ ବାଦ ଦିଆଯିବା ସହ ସାମାଜିକ ଦୂରତ୍ବ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ତେବେ କେଉଁ କେଉଁ କ୍ଷେତ୍ରରେ ନିୟମ କୋହଳ କରାଯାଇଛି ଅଧିକ ଜାଣିବା ପାଇଁ ପଢନ୍ତୁ...

ଲକଡାଉନ 2.0; ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଅନୁମତି
ଲକଡାଉନ 2.0; ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଅନୁମତି

By

Published : Apr 17, 2020, 4:08 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲକଡାଉନ 2.0 ଜାରି କରିଛନ୍ତି । ମେ 3 ଯାଏଁ ବଳବତ୍ତର ରହିବ କଟକଣା । କିନ୍ତୁ ଲକଡାଉନ ଯୋଗୁ ଲୋକଙ୍କ ଜନଜୀବନ ବ୍ୟାପକ ମାତ୍ରାରେ ପ୍ରଭାବିତ ହେଉଥିବାରୁ ଶୁକ୍ରବାର ସରକାର କେତେକ କ୍ଷେତ୍ରରେ ଏହି କଟକଣାକୁ ସାମାନ୍ୟ କୋହଳ କରିବାକୁ ପଦକ୍ଷେପ ନେଇଛନ୍ତି । ଯେଉଁଥିରେ ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ , ପାନୀୟ ଜଳ ଯୋଗାଣ, ପରିମଳ କାର୍ଯ୍ୟ, ଭାରତରେ ଥିବା ଅଣ-ବ୍ୟାଙ୍କିଂ ଆର୍ଥିକ ଅନୁଷ୍ଠାନର କାର୍ଯ୍ୟକ୍ରମ ସହ ସମବାୟ ବ୍ୟାଙ୍କକ୍ଷେତ୍ରରେ ସାମାନ୍ୟ ରିହାତି ଦିଆଯାଇଛି ।

ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ ଯୋଗାଯୋଗ କରି କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଆହୁରି ମଧ୍ୟ କହିଛନ୍ତି ଯେ, ଛୋଟ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ, ଅମଳ ଏବଂ ପ୍ରକ୍ରିୟାକରଣ, ଅନୁସୂଚିତ ଜନଜାତି ତଥା ଜଙ୍ଗଲ ଅଞ୍ଚଳରେ ଥିବା ଅନ୍ୟ ଜଙ୍ଗଲବାସୀ କାଠ ସଂଗ୍ରହ ପାଇଁ ଯାଇପାରିବେ।

ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ସହ ଜଳ ଯୋଗାଣ ଏବଂ ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଟ୍ରାନ୍ସମିସନ୍ ଲାଇନ୍ ସ୍ଥାପନ, ଟେଲିକମ୍ ଅପ୍ଟିକାଲ୍ ଫାଇବର ଏବଂ କେବୁଲ ଲଗାଇବା ସହିତ ଆନୁଷଙ୍ଗିକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ବୋଲି ଭାଲା ତାଙ୍କ ଯୋଗାଯୋଗରେ କହିଛନ୍ତି।

ହାଉସିଂ ଫାଇନାନ୍ସ କମ୍ପାନୀ ସମେତ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ପ୍ରତିଷ୍ଠାନ ଏବଂ ସର୍ବନିମ୍ନ କର୍ମଚାରୀ ଏବଂ ସହଯୋଗୀଙ୍କ ଦ୍ବାରା କାର୍ଯ୍ୟାଳୟ ଖୋଲା ରହିବ। କ୍ରେଡିଟ୍ ସୋସାଇଟି ସହିତ ମାଇକ୍ରୋ ଫାଇନାନ୍ସ ପ୍ରତିଷ୍ଠାନ ମଧ୍ୟ ଲକଡାଉନ କଟକଣାରୁ ବାଦ ପଡିଛି ।

ବାଉଁଶ, ନଡ଼ିଆ, ଆରେକନାଟ୍ କୋକୋ, ମସଲା ବୃକ୍ଷରୋପଣ ଏବଂ ସେମାନଙ୍କର ଅମଳ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ବିକ୍ରୟ ଏବଂ ମାର୍କେଟିଂ ମଧ୍ୟ ଲକଡାଉନରୁ ଛାଡ ପାଇଛି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ 24ରେ ପ୍ରଥମ ଥର 21 ଦିନିଆ ଲକଡାଉନ ଘୋଷଣା କରିଥିଲେ । ହେଲେ ତ୍ରୁତ ଗତିରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମିତକୁ ଦେଖି ଏପ୍ରିଲ 14ରେ ମେ 3 ଯାଏ ଲକଡାଉନକୁ ବୃଦ୍ଧି କରାଯାଇଛି । ଗତ ବୁଧବାର ଗୃହମନ୍ତ୍ରଣାଳୟ ପକ୍ଷରୁ ତାଲା ସମୟରେ କେତେକ କ୍ଷେତ୍ର ବା ସେବାକୁ ରିହାତି ଦିଆଯିବା ନେଇ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details