ଓଡିଶା

odisha

ETV Bharat / bharat

ନିର୍ଭୟା ମାମଲା: ମାର୍ଚ୍ଚ 20ରେ 4 ଦୋଷୀଙ୍କୁ ଫାଶୀ - ନିର୍ଭୟା ଗଣଦୁଷ୍କର୍ମ ମାମଲା

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି(ଗୁରୁବାର) ଚତୁର୍ଥ ଥର ପାଇଁ ପୁଣି ଜାରି ହେଲା ଡେଥ୍ ୱାରେଣ୍ଟ । ମାର୍ଚ୍ଚ 20ରେ 4 ଦୋଷୀଙ୍କୁ ଫାଶୀ । ଅଧିକ ପଢନ୍ତୁ...

nirbhaya case convict
ନିର୍ଭୟା ମାମଲା

By

Published : Mar 5, 2020, 10:22 AM IST

Updated : Mar 5, 2020, 3:06 PM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି(ଗୁରୁବାର) ପୁଣି ଜାରି ହେଲା ନୂଆ ଡେଥ୍ ୱାରେଣ୍ଟ । ମାର୍ଚ୍ଚ 20 ସକାଳ 5ଟା 30 ମିନିଟରେ ଫାଶୀରେ ଝୁଲିବେ 4 ଦୋଷୀ । ପ୍ରକାଶଥାଉକି, ଦିଲ୍ଲୀ ସରକାର ବୁଧବାର ଦୋଷୀଙ୍କ ଫାଶୀ ପାଇଁ ନୂଆ ତାରିଖ ଘୋଷଣା କରାଯାଉ ବୋଲି ଅନୁରୋଧ କରିଥିଲେ ।

ଅନ୍ୟପକ୍ଷେ ନୂଆ ଡେଥ୍ ୱାରେଣ୍ଟ ଜାରି ହେବା ପରେ ନିର୍ଭୟା ମା'ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି,‘ସମସ୍ତ ଦୋଷୀଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ ତେଣୁ ଆଶା କରୁଛି 4 ଦୋଷୀଙ୍କୁ ନୂଆ ତାରିଖରେ ଫାଶୀ ମିଳିଯିବ’।

ପ୍ରକାଶଥାଉକି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୋଷୀ ପବନ ଗୁପ୍ତାର ଦୟା ଯାଚିକା ଖାରଜ କରିଦେଇଥିଲେ । ସବୁ ଦୋଷୀ ପାଖରେ ବର୍ତ୍ତମାନ ଆଉ କୌଣସି ବିକଳ୍ପ ନାହିଁ । ଦିଲ୍ଲୀ ଜେଲ୍ ନିୟମ ଅନୁସାରେ, କୌଣସି ଦୋଷୀର ଦୟା ଯାଚିକା ଖାରିଜ ହେବା ପରେ ସେମାନଙ୍କୁ 14 ଦିନର ସମୟ ଦିଆଯାଇଥାଏ ।

ପ୍ରକାଶଥାଉକି, 3 ମାର୍ଚ୍ଚରେ ହେବାକୁ ଥିବା ଫାଶୀ ଉପରେ ରୋକ ଲଗାଯାଇଥିଲା କାରଣ ଦୋଷୀ ପବନ ଗୁପ୍ତା ସୁଧରାତ୍ମକ ଯାଚିକା ଖାରଜ ହେବା ପରେ ପବନ ଗୁପ୍ତା ତୁରନ୍ତ ରାଷ୍ଟ୍ରପତିଙ୍କ ପାଖରେ ଦୟା ଯାଚିକା ଦାୟର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 5, 2020, 3:06 PM IST

ABOUT THE AUTHOR

...view details