ଓଡିଶା

odisha

ETV Bharat / bharat

ତେଲେଙ୍ଗାନାରେ କଡାକଡି ବ୍ୟବସ୍ଥା, ପୁଣି ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ - କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି

ତେଲେଙ୍ଗାନାରେ ଆଉ ଜଣେ କୋରୋନା ପଜେଟିଭ ଚିହ୍ନଟ ହୋଇଛି । ଏହି ଚିହ୍ନଟ ପରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ 4 କୁ ପହଞ୍ଚିଛି । ଯାହାକୁ ନେଇ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ।

Fresh case of COVID-19 in T'gana
ତେଲେଙ୍ଗାନାରେ କୋରୋନା ପଜେଟିଭ ଚିହ୍ନଟ

By

Published : Mar 17, 2020, 1:38 PM IST

ହାଇଦ୍ରାବାଦ: ପୁଣି ତେଲେଙ୍ଗାନାରେ ଆଉ ଜଣେ କୋରୋନା ପଜେଟିଭ ଚିହ୍ନଟ । ଏହି ଚିହ୍ନଟ ପରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ 4 କୁ ପହଞ୍ଚିଛି । କୋଭିଡ-19ର ମିଡିଆ ବୁଲେଟିନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଏହି 4ଟି ମାମଲା ମଧ୍ୟରୁ ଜଣେ 24 ବର୍ଷୀୟ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ଅନ୍ୟ 3ଜଣଙ୍କ ଚିକିତ୍ସା ଚାଲିଛି ।

ତେଲେଙ୍ଗାନାରେ କୋରୋନା ପଜେଟିଭ ଚିହ୍ନଟ

ଏହାକୁ ନେଇ କରିମନଗରର ଏକ ରିପୋର୍ଟରେ କୁହାଯାଇଛି ଯେ, ଇଣ୍ଡୋନେସିଆରୁ ଏହି ସହରକୁ ଧାର୍ମିକସ୍ଥଳ ପରିଦର୍ଶନରେ ଆସିଥିବା 10 ଜଣ ଏବଂ 3 ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ସମୟରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଇ.ରାଜେନ୍ଦର ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ପାଖାପାଖି 19ଟି ଚେକ ପୋଷ୍ଟରେ ସଡକପଥ ଦେଇ ପଡୋଶୀ ମହାରାଷ୍ଟ୍ରରୁ ତେଲେଙ୍ଗାନାକୁ ଆସୁଥିବା ଲୋକମାନଙ୍କ COVID-19 ସଂକ୍ରମଣ ନେଇ ସ୍କ୍ରିନିଂ କରାଯିବ। ମହାରାଷ୍ଟ୍ରରେ ଅଧିକ ସଂଖ୍ୟକ କୋରୋନା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହା ମାଧ୍ୟମରେ ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଆଶଙ୍କା କରାଯାଉଛି ।

ମୁଖ୍ୟମନ୍ତ୍ରୀ କେ.ସି ରାଓଙ୍କ ନିର୍ଦ୍ଦେଶକ୍ରମେ, ରାଜେନ୍ଦ୍ର ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ କଥା ହୋଇଛନ୍ତି । ଏହାସହ 50 ହଜାର N-95 ମାସ୍କ କ୍ରୟ କରିବାକୁ ପରାମର୍ଶ ଦିଆଯାଇଛି । ଯାହାର ବ୍ୟବହାର ଆଇସୋଲେସନ ୱାର୍ଡରେ ଥିବା 25 ହଜାର ବ୍ୟକ୍ତିବିଶେଷଙ୍କ ସୁରକ୍ଷା ଦେବା ଦିଗରେ ଉପଯୋଗ ହୋଇପାରିବ ।

ABOUT THE AUTHOR

...view details