ନୂଆଦିଲ୍ଲୀ: ଭାରତରେ ବଢୁଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ସହାୟତାର ହାତ ବଢାଇଲା ବନ୍ଧୁ ରାଷ୍ଟ୍ର ଫ୍ରାନ୍ସ । ଭାରତକୁ 120 ଭେଣ୍ଟିଲେଟର ଓ ଓ 50,000 ଟେଷ୍ଟ କିଟ ଯୋଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଫ୍ରାନ୍ସ । ଏନେଇ ବିଧିବଦ୍ଧ ଭାବେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ।
ମଙ୍ଗଳବାର ଫ୍ରେଞ୍ଚ ଏୟାରକ୍ରାଫ୍ଟ ଏସମସ୍ତ ସାମଗ୍ରୀ ନେଇ ଭାରତ ପହଞ୍ଚିବା ନେଇ ଇମାନୁଏଲ ସୂଚନା ଦେଇଛନ୍ତି । ଏୟାରବସ୍ A330 MRTTକୁ ଏପରି ପ୍ରସ୍ତୁତ କରାଯାଇଛି କି ଏଥିରେ ଥିବା ମୋରଫସ କିଟ ଦ୍ବାରା ଗୁରୁତର ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଇପାରିବ । ଏନେଇ ରାଷ୍ଟ୍ରଦୂତ ଇମାନୁଏଲ ଲେନେନ ଏସମସ୍ତ ସାମଗ୍ରୀକୁ ଭାରତ ଆଣି ଭାରତୀୟ ରେଡକ୍ରସ ସୋସାଇଟିର ସାଧାରଣ ସଚିବ ଆର.କେ ଜୈନଙ୍କୁ ହସ୍ତାନ୍ତର କରିବାର ଯୋଜନା ରହିଛି ।