ଓଡିଶା

odisha

ETV Bharat / bharat

ଲକ୍ଷ୍ନୌର ମହିଳାମାନଙ୍କୁ ମାଗଣାରେ ଦିଆଯିବ ସାନିଟାରୀ ନାପକିନ - ଲକଡାଉନ

ଲକଡାଉନ ସମୟରେ ମହିଳା ମାନଙ୍କୁ ସାନିଟାରୀ ନାପକିନ ମିଳିବାରେ ଅସୁବିଧା ହେଉଛି । ଯେଉଁଥିପାଇଁ ସେମାନଙ୍କୁ ମାଗଣା ସାନିଟାରୀ ନାପକିନ ପ୍ରଦାନ କରିବା ନେଇ କହିଛି ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

sanitary napkins
ଲକ୍ଷ୍ନୌର ମହିଳାମାନଙ୍କୁ ମାଗଣାରେ ଦିଆଯିବ ସାନିଟାରୀ ନାପକିନ

By

Published : Apr 10, 2020, 12:18 AM IST

ଲକ୍ଷ୍ନୌ: ବହୁ ଅପେକ୍ଷା ପରେ ଶେଷରେ ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ମହିଳାମାନଙ୍କୁ ମାଗଣା ସାନିଟାରୀ ନାପକିନ୍, ସାବୁନ୍ ଏବଂ ହ୍ୟାଣ୍ଡ ସାନିଟାଇଜର ଘର ଘର ବୁଲି ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛି । ଜିଲ୍ଲା ମାଜିଷ୍ଟ୍ରେଟ୍ ଅଭିଷେକ ପ୍ରକାଶ କହିଛନ୍ତି ଯେ, 6ଟି 'ସଖି' ଭ୍ୟାନ୍ ମାଧ୍ୟମରେ ମହିଳାମାନଙ୍କୁ ମାଗଣା ସାନିଟାରୀ ନାପକିନ୍, ସାବୁନ୍ ଏବଂ ସାନିଟାଇଜର ଯୋଗାଇ ଦିଆଯିବ ।

ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି, "ଆମେ ଜାଣିବାକୁ ପାଇଲୁ ଯେ ଲକଡାଉନ ସମୟରେ ମହିଳା ଏବଂ ଝିଅମାନେ କେତେକ ଅଞ୍ଚଳରେ ସାନିଟାରୀ ନାପକିନ ପାଇପାରୁ ନାହାନ୍ତି । ଆମେ ସେହି ଅଞ୍ଚଳର ଏକ ରୁଟ୍ ମାନଚିତ୍ର ପ୍ରସ୍ତୁତ କରିଛୁ । ଭ୍ୟାନ୍ ସେଠାରେ ପହଞ୍ଚିବ ଏବଂ ସେମାନଙ୍କୁ ମାଗଣା ନାପକିନ୍, ସାବୁନ ଏବଂ ସାନିଟାଇଜର ଦେବ ।

ଲକ୍ଷ୍ନୌର ମହିଳାମାନଙ୍କୁ ମାଗଣାରେ ଦିଆଯିବ ସାନିଟାରୀ ନାପକିନ

ସେ କହିଛନ୍ତି ଯେ ଯେଉଁ ମହିଳାମାନେ ଏହି ଅତ୍ୟାବଶ୍ୟକ ସାମଗ୍ରୀ ପାଇବାକୁ ଚାହୁଁଛନ୍ତି ସେମାନେ ଏକ ହେଲ୍ପଲାଇନ ନମ୍ବରକୁ କଲ କରିପାରିବେ। ଲକଡାଉନ୍ ଅବଧିରେ କାର୍ଯ୍ୟ କରୁଥିବା ଅଧିକାଂଶ ଅନଲାଇନ ସପିଂ ପୋର୍ଟାଲ ଗୁଡିକ ଏହି ସବୁ ସାମଗ୍ରୀ ପ୍ରଦାନ କରିବାକୁ ମନାକରୁଛି । ସେମାନେ କେବଳ ମଇଦା, ଡାଲି, ଚାଉଳ, ଲୁଣ ଏବଂ ରନ୍ଧନ ତେଲ ଆଦି ଦେବା ନେଇ କହିଛନ୍ତି । ସାନିଟାରୀ ନାପକିନ୍, ଟୁଥ୍ ପେଷ୍ଟ, ସାମ୍ପୁ ଭଳି ଆଇଟମ୍ ସେମାନଙ୍କ ତାଲିକାରେ ନାହିଁ । ସେହି ସମୟରେ, ଏହି ସବୁ ଜିନିଷ ଛୋଟ ଛୋଟ ଦୋକାନରୁ ମଧ୍ୟ ଶେଷ ହୋଇସାରିଛି ।

ABOUT THE AUTHOR

...view details