ଓଡିଶା

odisha

By

Published : Apr 14, 2020, 6:06 PM IST

ETV Bharat / bharat

5.29 କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଗରିବ କଲ୍ୟାଣ ଯୋଜନାରେ ମିଳିଲା ମାଗଣା ରାସନ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ 5.29 କୋଟିରୁ ଅଧିକ ହିତାଧିକାରୀଙ୍କୁ ଖାଦ୍ୟ ଶସ୍ୟର ମାଗଣା ରାସନ ଯୋଗାଇ ଦିଆଯାଇଛି । ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରାଳୟ ଏନେଇ ସୂଚନା ଦେଇଛି ।

Free Ration, Food Grains Given to 5.29 Crore Beneficiaries Under Garib Kalyan Yojna
5.29 କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଗରିବ କଲ୍ୟାଣ ଯୋଜନାରେ ମିଳିଲା ମାଗଣା ରାସନ

ନୂଆଦିଲ୍ଲୀ: କୋରୋନା ଭାଇରସ ପ୍ରକୋପକୁ ଦୃଷ୍ଟିରେ ରଖି ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦି ଦେଶବ୍ୟାପୀ ତାଲା ବନ୍ଦକୁ ମେ 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ 5.29 କୋଟିରୁ ଅଧିକ ହିତାଧିକାରୀଙ୍କୁ ଖାଦ୍ୟ ଶସ୍ୟର ମାଗଣା ରାସନ ଯୋଗାଇ ଦିଆଯାଇଛି । ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରାଳୟ ଏନେଇ ସୂଚନା ଦେଇଛି ।

ଅର୍ଥ ମନ୍ତ୍ରାଳୟର ରାଜେଶ ମାଲହୋତ୍ରା ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିନ କରି କହିଛନ୍ତି ଯେ, ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ 3,985 ଏମଟି ଡାଲି ବଣ୍ଟନ ପାଇଁ ପଠାଯାଇଛି । ସେହିପରି 5.29 କୋଟିରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଦ୍ୟ ଶସ୍ୟର ମାଗଣା ରାସନ ଦିଆଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପ୍ରିଲ 13 ସୁଦ୍ଧା 32 କୋଟିରୁ ଅଧିକ ଗରିବ ଲୋକଙ୍କୁ 29,352 କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ସର୍ବୋଚ୍ଚ ସ୍ତରରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜର ତୁରନ୍ତ କାର୍ଯ୍ୟକାରିତା ଉପରେ ନଜର ରଖାଯାଉଛି । ସୋମବାର ସୁଦ୍ଧା 32 କୋଟିରୁ ଅଧିକ ଗରିବ ଲୋକଙ୍କୁ ପ୍ୟାକେଜ୍ ଅଧୀନରେ 29,352 କୋଟି ଟଙ୍କା ପ୍ରତ୍ୟକ୍ଷ ନଗଦ ସହାୟତା ପ୍ରଦାନ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।

@ANI

ABOUT THE AUTHOR

...view details