ଓଡିଶା

odisha

ETV Bharat / bharat

ଗରିବଙ୍କ ପାଇଁ ହେବ ମାଗଣା କୋରୋନା ପରୀକ୍ଷା: ସୁପ୍ରିମକୋର୍ଟ - lockdown

କେବଳ ଗରିବଙ୍କ ପାଇଁ ହେବ ମାଗଣା କୋରୋନା ପରୀକ୍ଷା । ଏନେଇ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

free covid19 test for poor
କେବଳ ଗରିବଙ୍କ ପାଇଁ ହେବ ମାଗଣା କୋରୋନା ପରୀକ୍ଷା

By

Published : Apr 13, 2020, 10:11 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ୍ ପାଇଁ ମାଗଣା ପରୀକ୍ଷା କେବଳ ଗରିବ ଲୋକଙ୍କ ପାଇଁ ଉପଲବ୍ଧ ହେବ । ସୋମବାର ସୁପ୍ରିମକୋର୍ଟ ଏହି ଘୋଷଣା କରିଛନ୍ତି । ଅନ୍ୟ କାହାକୁ ଏହି ଲାଭ ମିଳିବ ତାହା ସରକାର ସ୍ଥିର କରିବେ । ଗତ ସପ୍ତାହରେ କୋଭିଡ-19 ପାଇଁ ମାଗଣା ପରୀକ୍ଷା ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଉଚିତ ବୋଲି କୋର୍ଟ କହିଛନ୍ତି । ଯେକୌଣସି ବେସରକାରୀ ଲାବ୍ରୋଟାରୀ ଗୁଡିକ ଏହା କରିପାରିବେ ନାହିଁ ବୋଲି କହିବା ପରେ ଏହାର ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି ।

କୋର୍ଟ କହିଛନ୍ତି ଯେ, ଭାରତ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଅଧୀନରେ ଯୋଗ୍ୟ ବ୍ୟକ୍ତି କୋଭିଡ-19ରେ ଆକ୍ରାନ୍ତ ହେଲେ ତାଙ୍କର ମାଗଣା ପରୀକ୍ଷା ହେବ । ସ୍ୱଳ୍ପ ଆୟ ବର୍ଗର ଶ୍ରମିକ କିମ୍ବା ଦୁର୍ବଳ ବିଭାଗର ଲୋକେ ଏହି ସୁବିଧା ପାଇବା ନେଇ କେନ୍ଦ୍ର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ଥିର କରିବ କି ନାହିଁ ସପ୍ତାହେ ମଧ୍ୟରେ ସରକାର ଏହି ନିଷ୍ପତ୍ତି ନେଇ କୋର୍ଟଙ୍କୁ ଜଣାଇବା ଉଚିତ ବୋଲି ବିଚାରପତିମାନେ କହିଛନ୍ତି ।

ABOUT THE AUTHOR

...view details