ଓଡିଶା

odisha

By

Published : May 25, 2020, 1:20 AM IST

ETV Bharat / bharat

ରାଫେଲକୁ ନେଇ ଫ୍ରାନ୍ସର ବଡ ଘୋଷଣା, ଧାର୍ଯ୍ୟ ସମୟରେ ଭାରତକୁ ମିଳିବ ବିମାନ

ରାଫେଲ ଯୁଦ୍ଧବିମାନ ଠିକ୍ ସମୟରେ ଅର୍ଡର ମୁତାବକ ଯୋଗାଇ ଦିଆଯିବ ଏଥିରେ କୌଣସି ବିଳମ୍ବ ହେବ ନାହିଁ ବୋଲି ଫ୍ରାନ୍ସ ସ୍ପଷ୍ଟ କରିଛି । ଫ୍ରାନ୍ସ ରାଷ୍ଟ୍ରଦୂତ ଏମାନୁୟେଲ ଲେନାଇନଙ୍କ ଅନୁସାରେ ୩୬ଟି ବିମାନ ଲାଗି ଭାରତ ରାଜିନାମା କରିଛି । ଧାର୍ଯ୍ୟ ସମୟ ମୁତାବକ ଭାରତକୁ ଏହି ସବୁ ବିମାନ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ।

delay in supplyof rafale jets
delay in supplyof rafale jets

ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଥିବା ରାଫେଲ ଯୁଦ୍ଧବିମାନ ଠିକ୍ ସମୟରେ ଅର୍ଡର ମୁତାବକ ଯୋଗାଇ ଦିଆଯିବ ଏଥିରେ କୌଣସି ବିଳମ୍ବ ହେବ ନାହିଁ ବୋଲି ଫ୍ରାନ୍ସ ସ୍ପଷ୍ଟ କରିଛି ।

ଫ୍ରାନ୍ସ ରାଷ୍ଟ୍ରଦୂତ ଏମାନୁୟେଲ ଲେନାଇନଙ୍କ ଅନୁସାରେ ୩୬ଟି ବିମାନ ଲାଗି ଭାରତ ରାଜିନାମା କରିଛି । ଧାର୍ଯ୍ୟ ସମୟ ମୁତାବକ ଭାରତକୁ ଏହି ସବୁ ବିମାନ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ।

ରାଫେଲ ବିମାନ କ୍ରୟ ପାଇଁ ସେପ୍ଟେମ୍ବର 2016 ରେ ଭାରତ ସରକାର ଏବଂ ଫ୍ରାନ୍ସ ମଧ୍ୟରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ଏହି ଚୁକ୍ତିନାମା ଅନୁଯାୟୀ ଭାରତ 58000 କୋଟି ମୂଲ୍ୟରେ 36 ଟି ରାଫେଲ ଯୁଦ୍ଧ ବିମାନ କିଣିବ ।

ରାଫେଲ ଯୁଦ୍ଧ ବିମାନ ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ଫ୍ରାନ୍ସରୁ ଭାରତରେ ପହଞ୍ଚିବା ଆରମ୍ଭ କରିବ। । ଜୁଲାଇ ଶେଷ ସୁଦ୍ଧା ଫ୍ରାନ୍ସରୁ 4 ଟି ବିମାନର ପ୍ରଥମ ବ୍ୟାଚ୍ ଭାରତରେ ପହଞ୍ଚିବ।

ବିମାନଟି ପ୍ରଥମେ ମେ ମାସ ଶେଷ ସୁଦ୍ଧା ଭାରତକୁ ଆସିଥିଲା, କିନ୍ତୁ କୋରୋନା କାରଣରୁ ଏହାକୁ ଦୁଇମାସ ସ୍ଥଗିତ ରଖାଯାଇଥିଲା । ଏହି ବିମାନଗୁଡ଼ିକ ପଞ୍ଜାବର ଅମ୍ବାଲା ଏୟାରବେସରେ ଅବତରଣ କରିବ ।

ABOUT THE AUTHOR

...view details