ଓଡିଶା

odisha

ETV Bharat / bharat

ସ୍ବିଗି-ଜୋମାଟେ ସହ ହାତ ମିଶାଇଲା ଫ୍ରାଜୋ, ଘରେ ବସି ଗ୍ରାହକ ପାଇବେ ତଟକା ପରିବା - ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌

ଏବେ ଆଉ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଘରୁ ବାହାରକୁ ଅନାବଶ୍ୟକ ଯିବାକୁ ପଡିବ ନାହିଁ । କାରଣ ଏବେ ଗ୍ରାହକଙ୍କ ଆବଶ୍ୟକତା ମୁତାବକ ସମସ୍ତ ପନିପରିବା ଓ ତାଜା ଫଳ ଘରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିଛି ମୁମ୍ବାଇର ଏଗ୍ରି-ଟେକ୍‌ ବ୍ରାଣ୍ଡ ଫ୍ରାଜୋ ।

fraazo to provide fruits and vegetables, fraazo to deliver online, fraazo joins hand with swiggy and zomato, latest technology news, fraazo service in mumbai and pune, ପନିପରିବା ଓ ଫଳ ଯୋଗାଇବ ଫ୍ରାଜୋ, ଅନଲାଇନ ଡେଲିଭରି କରିବ ଫ୍ରାଜୋ, ସ୍ବିଗି ଓ ଜୋମାଟେ ସହ ମିଶିଲା ଫ୍ରାଜୋ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ମୁମ୍ବାଇ ଓ ପୁଣେରେ ଫ୍ରାଜୋ ସର୍ଭିସ
ସ୍ବିଗି ଓ ଜୋମାଟେ ସାହାଯ୍ୟରେ ପନିପରିବା ଓ ଫଳ ଯୋଗାଇବ ଫ୍ରାଜୋ

By

Published : Jun 9, 2020, 11:02 PM IST

ମୁମ୍ବାଇ: ଉପଭୋକ୍ତା ଏଗ୍ରି-ଟେକ୍‌ ବ୍ରାଣ୍ଡ ଫ୍ରାଜୋ ଆଣିଛି ଗ୍ରାହକଙ୍କ ପାଇଁ ନୂଆ ଅଫର । ମଙ୍ଗଳବାର ଏହା ଅନଲାଇନ ଫୁଡ ଡେଲିଭରୀ ପ୍ଲାଟଫର୍ମ ସ୍ବିଗି, ଜୋମାଟୋ ଓ ଡଞ୍ଜୋ ସହ ନିଜ ସହଭାଗିତା ଘୋଷଣା କରିଛି । ଏହାଦ୍ବାରା ଏବେ ଘରେ ବସି ତଟକା ପନିପରିବା ଓ ଫଳ ପାଇପାରିବେ ଗ୍ରାହକ । ମୁମ୍ବାଇରେ କୋରୋନା ସଂକ୍ରମଣ ବ୍ୟାପିବାରେ ଲାଗିଥିବା ବେଳେ ଲକଡାଉନ କଟକଣା କୋହଳ ଯୋଗୁଁ ଲୋକେ ଘରୁ ବାହାରକୁ ବାହରୁଥିବା ଦେଖିବାକୁ ମିଳୁଛି ।

କିନ୍ତୁ ଏବେ ଆଉ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଘରୁ ବାହାରକୁ ଅନାବଶ୍ୟକ ଯିବାକୁ ପଡିବ ନାହିଁ । କାରଣ ଏବେ ଗ୍ରାହକଙ୍କ ଆବଶ୍ୟକତା ମୁତାବକ ସମସ୍ତ ପନିପରିବା ଓ ତାଜା ଫଳ ଘରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିଛି ମୁମ୍ବାଇର ଏଗ୍ରି-ଟେକ୍‌ ବ୍ରାଣ୍ଡ ଫ୍ରାଜୋ । ମୁମ୍ବାଇର ପୋୱାଇ, ଚାନ୍ଦିବାଲି, ଅନ୍ଧେରୀ ୱେଷ୍ଟ ଓ ଅନ୍ଧେରୀ ଇଷ୍ଟରେ ସମେତ ପୁଣେର ମାର୍ଗାରପଟ୍ଟା, ହିଞ୍ଜେୱାଡି ଓ ବିଶାଲ ନଗରରେ ଫ୍ରାଜୋର ବଢୁଥିବା ଚାହିଦା ଦେଖି କମ୍ପାନୀ ଏହି ନିଷ୍ପତ୍ତି ନେଇଥିବା କହିଛି ।

ତେବେ ଗ୍ରାହକଙ୍କୁ ପାଖରେ ସେମାନଙ୍କ ଆବଶ୍ୟକୀୟ ସାମଗ୍ରୀ କିପରି ସୁରକ୍ଷିତ ଭାବେ ପହଞ୍ଚିବ ସେଥିପାଇଁ ଅନଲାଇନ ଫୁଡ ଡେଲିଭରି ପ୍ଲାଟଫର୍ମ ସହ କମ୍ପାନୀ ହାତ ମିଶାଇଛି । ଏହି ଅନଲାଇନ ଫୁଡ ଡେଲିଭରୀ ପ୍ଲାଟଫର୍ମଗୁଡିକ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବା ସହ ସୁରକ୍ଷା ପଦକ୍ଷେପର କଡାକଡି ପାଳନ କରୁଛନ୍ତି । ଗ୍ରାହକଙ୍କ ବିଶ୍ବାସ ଜିତିବା ପାଇଁ ଏହା ଜରୁରୀ ହୋଇଥିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଫ୍ରାଜୋ ସହପ୍ରତିଷ୍ଠାତା ତଥା ସିଇଓ ଅତୁଲ କୁମାର ।

ସୂଚନା ଅନୁଯାୟୀ ଫ୍ରାଜୋ ପ୍ରାୟ 500 ଚାଷୀଙ୍କଠାରୁ ପନିପରିବା ଓ ଫଳ ସଂଗ୍ରହ କରିଥାଏ । ତେବେ କୋରୋନା ସଂକ୍ରମଣ ସମୟରେ କମ୍ପାନୀର ଚାହିଦା ବଢିବା ସହ ଦୈନିକ ପ୍ରାୟ 200 ଅର୍ଡର ଆସୁଥିବା କମ୍ପାନୀ ପ୍ରକାଶ କରିଛି ।

@IANS

ABOUT THE AUTHOR

...view details