ସୁକମା: ସାରା ଦେଶରେ କୋରୋନା ଆତଙ୍କରାଜ । କୋରୋନା କବଳରୁ ରକ୍ଷା ପାଇଁ ସଚେତନତା ବାର୍ତ୍ତା ବାଣ୍ଟୁଥିବା 4 ବର୍ଷର ଝିଅକୁ 1 ଘଣ୍ଟା ପାଇଁ ମିଳିଲା ଏସପି ଆସନ । ଘଟଣା ଘଟିଛି ମାଓ ପ୍ରବଣ ଛତିଶଗଡର ସୁକମା ଜିଲ୍ଲାରେ । ସୁକମା ଏସପି ଶଲଭ ସିହ୍ନା 4 ବର୍ଷର ଝିଅର ଉଦ୍ୟମରେ ପ୍ରଭାବିତ ଓ ପ୍ରଂଶସା କରିବା ସହ ଏକ ଘଣ୍ଟା ପାଇଁ ଏସପି ପଦ ପ୍ରଦାନ କରିଥିଲେ ।
କୋରୋନା ଯୋଦ୍ଧା: 4 ବର୍ଷର ଝିଅ ହେଲା ଏକଘଣ୍ଟା ପାଇଁ ଏସପି - କୋରୋନା ଯୋଦ୍ଧା 4 ବର୍ଷର ଝିଅ
କୋରୋନା କବଳରୁ ରକ୍ଷା ପାଇଁ ସଚେତନତା ବାର୍ତ୍ତା ବାଣ୍ଟୁଥିବା 4 ବର୍ଷର ଝିଅକୁ 1 ଘଣ୍ଟା ପାଇଁ ମିଳିଲା ଏସପି ଆସନ । ଘଟଣା ଘଟିଛି ମାଓ ପ୍ରବଣ ଛତିଶଗଡର ସୁକମା ଜିଲ୍ଲାରେ । ସୁକମା ଏସପି ଶଲଭ ସିହ୍ନା 4 ବର୍ଷର ଝିଅର ଉଦ୍ୟମରେ ପ୍ରଭାବିତ ଓ ପ୍ରଂଶସା କରିବା ସହ ଏକ ଘଣ୍ଟା ପାଇଁ ଏସପି ପଦ ପ୍ରଦାନ କରିଥିଲେ ।
କୋରୋନା ମହାମାରୀ ସମୟରେ ସାମାଜିକ ଓ ଶାରୀରିକ ଦୂରତା ରଖିବାର ଶିକ୍ଷା ଦେଇଥିଲେ ଶିଶୁ । ଫଳରେ ଏସପି କାର୍ଯ୍ୟାଳୟରେ ଝିଅକୁ ଉତ୍ସାହିତ କରି ଏସପି ଚେୟାରରେ ଏକ ଘଣ୍ଟା ବସାଇଥିଲେ । ଏହାସହ ସମ୍ମାନ ଜଣାଇ ଏସପି ଏକ ଚିଠି ମଧ୍ୟ ଦେଇଛନ୍ତି । ଯେଉଁଥିରେ ସେ ଆରାଧ୍ୟାଙ୍କ କାର୍ଯ୍ୟକୁ ପ୍ରଶଂସା କରି ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଏଥିସହିତ ଆରାଧ୍ୟାଙ୍କୁ ମାସ୍କ ଦେଇ ଆଶୀର୍ବାଦ ମଧ୍ୟ କରିଥିଲେ ସୁକମା ଏସପି ।
ସୂଚନା ଯେ, ସୁକମାଙ୍କ ବାସିନ୍ଦା ଆରାଧ୍ୟା ଚାନ୍ଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ସେନା ୟୁନିଫର୍ମ ପିନ୍ଧିଥିବା ଲୋକଙ୍କୁ ଲକଡାଉନ୍ ଏବଂ ଶାରୀରିକ ଦୂରତା ଅନୁସରଣ କରିବାକୁ ନିବେଦନ କରୁଥିବା ଦେଖାଯାଇଛି । ଏହାସହ କୋରୋନା ଭୂତାଣୁ ରକ୍ଷା କରିବାର ଉପାୟ ଦେଖାଉଛନ୍ତି |