ଓଡିଶା

odisha

ETV Bharat / bharat

ଟ୍ରକ ଓ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ 4 ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା। କଲ୍ୟାଣନଗର ରାଜପଥରେ ଥିବା ୱାଡଗାଓଁ ଆନନ୍ଦ ଠାରେ ଏକ ଟ୍ରକ ଏବଂ ପିକଅପ୍ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ 4 ଜଣଙ୍କ ମୃତ୍ୟୁ ହୋଇଛି।

ଟ୍ରକ ଓ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ 4 ମୃତ
ଟ୍ରକ ଓ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ 4 ମୃତ

By

Published : Aug 28, 2020, 1:04 PM IST

ପୁଣେ: ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ ଏବଂ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ଅଘଟଣ ଶୁକ୍ରବାର ସକାଳେ କଲ୍ୟାଣନଗର ରାଜପଥରେ ଥିବା ୱାଡଗାଓଁ ଆନନ୍ଦ ଠାରେ ଘଟିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

ଜୁନାର ତାଲୁକର କଲ୍ୟାଣନଗର ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଆଇଚର୍ ଟ୍ରକ୍ ଆଲେପୋରୁ କଲ୍ୟାଣନଗରକୁ କୁକୁଡା ଖତ ନେଇ ଯାଉଥିଲା। ମୁହାଁମୁହିଁ ଧକ୍କା ହେତୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି।

ଟ୍ରକ ଓ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ 4 ମୃତ

ପିକଅପ୍ ଭ୍ୟାନରେ ଥିବା ଚାରି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଇଚର୍ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇ ବର୍ତ୍ତମାନ ଆଲେପୋ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଗତ କିଛି ଦିନ ହେବ କଲ୍ୟାଣଗର ରାଜପଥରେ ଅନେକ ଦୁର୍ଘଟଣା ଘଟିଛି। ରାଜପଥରେ ଅନେକ ଗ୍ରାମ ଅଛି ଏବଂ ଜନସଂଖ୍ୟା ମଧ୍ୟ ରାଜପଥରେ ବସବାସ କରୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ABOUT THE AUTHOR

...view details