ଓଡିଶା

odisha

By

Published : Aug 24, 2020, 2:37 PM IST

ETV Bharat / bharat

ତାମିଲନାଡୁରେ ଗୋଟିଏ ପରିବାରର 4 ଜଣଙ୍କ ମୃତ୍ୟୁ, ତଦନ୍ତ ଜାରି

ସୋମବାର ତାମିଲନାଡୁରେ ଦୁଇ ଶିଶୁଙ୍କ ସମେତ ପରିବାରର ଚାରିଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ପ୍ରାଥମିକ ଅନୁସନ୍ଧାନରୁ ଏହି ପରିବାର ଲୋକ ସୁଇସାଇଡ୍ କରିଥିବା ଜଣା ପଡୁଥିବାବେଳେ ଘଟଣାସ୍ଥଳରୁ ଏଯାବତ କୌଣସି ସୁଇସାଇଡ୍ ନୋଟ୍ ମିଳି ନାହିଁ ବୋଲି ପୋଲିସ କହିଛି । ଅଧିକ ପଢନ୍ତୁ...

ତାମିଲନାଡୁରେ ଗୋଟିଏ ପରିବାରର 4 ଜଣଙ୍କ ମୃତ୍ୟୁ, ତଦନ୍ତ ଜାରି
ତାମିଲନାଡୁରେ ଗୋଟିଏ ପରିବାରର 4 ଜଣଙ୍କ ମୃତ୍ୟୁ, ତଦନ୍ତ ଜାରି

ଚେନ୍ନାଇ: ସୋମବାର ତାମିଲନାଡୁରେ ଦୁଇ ଶିଶୁଙ୍କ ସମେତ ପରିବାରର ଚାରିଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ପ୍ରାଥମିକ ଅନୁସନ୍ଧାନରୁ ଏହି ପରିବାର ଲୋକ ସୁଇସାଇଡ୍ କରିଥିବା ଜଣା ପଡୁଥିବାବେଳେ ଘଟଣାସ୍ଥଳରୁ ଏଯାବତ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ ବୋଲି ପୋଲିସ କହିଛି । ତେବେ ଏଭଳି ଦୁଃଖଦ ଘଟଣା ତାମିଲନାଡ଼ୁର ଥାନଜାଭୁର ସହରରେ ଘଟିଛି । ଏହି ଘଟଣାରେ ଜଣେ 50 ବର୍ଷୟା ମହିଳା, ତାଙ୍କ ଝିଅ, ଦୁଇ ନାତି ଏବଂ ଗୃହପାଳିତ ପଶୁ ସମେତ ପରିବାରର ଚାରିଜଣ ସଦସ୍ୟଙ୍କ ମୃତଦେହ ମିଳିଛି ବୋଲି ଜଣେ ଅଧିକାରୀ ସୋମବାର କହିଛନ୍ତି ।

ତେବେ ମୃତ ଦୁଇ ମହିଳାଙ୍କ ନାମ ଶାନ୍ତି ଏବଂ ତୁଲାସୀ ଦେବୀ ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ଶାନ୍ତି ଦେବୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିବାବେଳେ ଦୁଇ ନାତି ନାତୁଣୀଙ୍କ ମୃତ୍ୟୁ ବିଷ ପିଇବା ଦ୍ବାରା ହୋଇଛି ବୋଲି ଜଣାପଡିଛି । ଏପରିକି ଦୁଇ ପୋଷା କୁକୁରଙ୍କୁ ମଧ୍ୟ ବିଷ ଦିଆଯାଇଛି । ତେବେ କିଛି ଦିନ ଧରି ଘରୁ କେହି ନ ବାହାରିବାରୁ ଘରମାଲିକ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଷା କୁକୁରଙ୍କ ମୃତ ଦେହକୁ ପ୍ରାଣୀ ଚିକିତ୍ସାଳୟକୁ ପଠାଯାଇଛି। ପୋଲିସ ଏନେଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details