ଓଡିଶା

odisha

ETV Bharat / bharat

ଗଞ୍ଜେଇ ଚୋରା ଚାଲାଣରେ 4 ଗିରଫ - drug peddlers nabbed

ଗଞ୍ଜେଇ ଚୋରା ଚାଲାଣ ନେଇ ଚାରିଜଣକୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ। ଗିରଫ ଅଭିଯୁକ୍ତ ମାନେ ଗଡ୍ଡା କଲ୍ୟାଣ, କଲୁ ବଲାଇ, ଅଦକଟଲା ସାର୍ଥକୁମାର ଓ ଭକ୍ତରାମ କହରା ବୋଲି ଜଣାପଡିଛି। ଅଧିକ ପଢନ୍ତୁ...

drug
ଗଞ୍ଜେଇ ଚୋରା ଚାଲାଣ

By

Published : Jan 30, 2020, 4:09 PM IST

ହାଇଦ୍ରାବାଦ: ଗଞ୍ଜେଇ ଚୋରା ଚାଲାଣ ନେଇ ଚାରିଜଣକୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ। ଗିରଫ ଅଭିଯୁକ୍ତ ମାନେ ଗଡ୍ଡା କଲ୍ୟାଣ, କଲୁ ବଲାଇ, ଅଦକଟଲା ସାର୍ଥକୁମାର ଓ ଭକ୍ତରାମ କହରା ବୋଲି ଜଣାପଡିଛି। ଗୁପ୍ତ ସୂଚନା ଆଧାରରେ ପୋଲିସର ଏକ ମିଳିତ ସ୍ବତନ୍ତ୍ର ଟିମ 4 ଜଣକୁ କାବୁ କରିଥିଲା।


ସେମାନଙ୍କ 108 କେଜି ଗଞ୍ଜେଇ ସହ ଏକ କାର, ମୋବାଇଲ ଓ 14 ଲକ୍ଷ ଟଙ୍କା ଜବତ ହୋଇଥିବା ପୋଲିସ କହିଛି। ଅଭିଯୁକ୍ତମାନେ ଓଡିଶା ରୁ ଗଞ୍ଜେଇ କୁ କିଲୋ ପିଛା 2ହଜାର ଟଙ୍କାରେ କିଣି 8ହଜାର ଟଙ୍କାରେ ରାଜସ୍ଥାନରେ ବିକିବାର ଯୋଜନା ରଖିଥିବା ପୋଲିସ କୁ କହିଥିଲେ। ଗିରଫ ଅଭିଯୁକ୍ତଙ୍କୁ ବିଚାର ବିଭାଗିୟ ହାଜତ କୁ ପଠାଯାଇଛି।

@ANI

ABOUT THE AUTHOR

...view details