ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ଅନ୍ତର୍ଗତ ଗଚିବୌଲ୍ଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ଟିପର । ଦୁର୍ଘଟଣାରେ ଚାଲିଗଲା ଚାରି ଜୀବନ ।
ସୂଚନାଅନୁସାରେ, ଚାରିଜଣ ଯୁବକ ଗୋଟିଏ କାରରେ ଯାଉଥିବା ସମୟରେ ସମୟ ଭୋର 3 ଟାରେ ତାଙ୍କ ଗାଡିକୁ ଗୋଟିଏ ଟିପର ଧକ୍କା ଦେଇଥିଲା । ଫଳରେ ଗାଡିଟି ଓଲଟି ପଡିଥିଲା । ଘଟଣାସ୍ଥଳରେ ହିଁ ଚାରିଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି ।