ଭୋପାଳ: ଏମିତି ବି ଆସେ ମୃତ୍ୟୁ । ଟ୍ରକ ଓଲଟି 4 ମୃତ । କୌଣସି କାର୍ଯ୍ୟକ୍ରମରେ ଯୋଗଦେଇ ମନ ଖୁସିରେ ଗାଁକୁ ଫେରୁଥିବା ବେଳେ ଅଧାରେ ରହିଗଲା ଘର ବାହୁଡା । ଏକ ମିନିଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିବା ଯୋଗୁଁ ଟ୍ରକରେ ବସିଥିବା 4 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଏବଂ 15 ଜଣ ଗୁରତର ଆହତ ହୋଇଛନ୍ତି । ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଅଞ୍ଚଳରେ ଶନିବାର ସକାଳେ ଘଟିଛି ଏହି ଛାତିଥରା ଘଟଣା । ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଲାଙ୍ଗହାଡୋଲ ଗାଁର କିଛି ଲୋକେ ନିକଟସ୍ଥ ଏକ ଅଞ୍ଚଳର କୌଣସି କାର୍ଯ୍ୟକ୍ରମରେ ଯୋଗଦେଇ ଏକ ମିନି ଟ୍ରକ ଯୋଗେ ଗାଁକୁ ଫେରୁଥିଲେ । ହେଲେ ଅଧାବାଟରେ କାଳ ସେମାନଙ୍କ ବାଟ ଚାହିଁ ବସିଥିଲା । ଗାଡିଟି ଭାରସାମ୍ୟ ହରାଇ ଭଲାଇୟା ତୋଲା ଗାଁ ନିକଟରେ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ ଘଟିଛି ଓ 15 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 10 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରାଯାଉଛି ।