ହାଇଦ୍ରାବାଦ: ଦୈନନ୍ଦିନ ଜୀବନରେ ସିଗାରେଟ ଅଙ୍ଗାଅଙ୍ଗୀ ଭାବେ ଜଡିତ ହେବାକୁ ଲାଗିଲାଣି । ଅତ୍ୟଧିକ ଏହାର ବ୍ୟବହାର ମଲ୍ଟିନ୍ୟାସନାଲ କମ୍ପାନୀରେ ଲୋକେ ଏହାକୁ ବ୍ୟବହାର କରୁଥିବା ଜଣାପଡିଛି । ଆଉ ଏହାର ପରିଣାମ ଅତି ଭୟଙ୍କର ମଧ୍ୟ ହେଉଛି। ଯାହାକୁ ଆଖି ଆଗରେ ରଖି ଏକ କମ୍ପାନୀ ତାର କର୍ମଚାରୀଙ୍କୁ ଏହି ଧୂମ୍ରପାନ ଠାରୁ ଦୂରେଇ ରଖିବାକୁ ଏକ ଉପାୟ ବାଛିଛନ୍ତି।
ସିଗାରେଟ ଛାଡନ୍ତୁ, 4 ଦିନର ଅଧିକ ଛୁଟିପାଆନ୍ତୁ ! - Four days extra holiday will be given if you quit cigarette
ଦିନକୁ ଦିନ ସିଗାରେଟର ବହୁଳ ବ୍ୟବହାର ହେବାରେ ଲାଗିଛି। ଯାହାକୁ ନେଇ ମୃତ୍ୟୁମୁଖରେ ପଡୁଛନ୍ତି ଲୋକେ । ଆଉ ଏହା ଆମ ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ଅନେକ ବାଧାସୃଷ୍ଟି କରୁଛି ଯାହାକୁ ରୋକିବାକୁ ରୋଗ ଇଂଲଣ୍ଡର ଏକ କମ୍ପାନୀ ଏକ ଅଭିନବ ଉପାୟ ବାଛିଛନ୍ତି । ଅଧିକ ପଢନ୍ତୁ...
କମ୍ପାନୀ ପକ୍ଷରୁ ଧୂମ୍ରପାନ କରୁଥିବା କର୍ମଚାରୀଙ୍କୁ କହିଛନ୍ତି ଯେ, ଯଦି ସେ ସିଗାରେଟର ବ୍ୟବହାରକୁ ପରିତ୍ୟାଗ କରିବେ ତେବେ ତାଙ୍କୁ କମ୍ପାନୀ ପକ୍ଷରୁ ବର୍ଷକୁ 4 ଦିନ ଅଧିକ ଛୁଟି ଦିଆଯିବ।
ଏକ ରିପୋର୍ଟ ଅନୁସାରେ, ଇଂଲଣ୍ଡର ଏକ କମ୍ପାନୀ କେସିଜେ(kcj) ଟ୍ରେନିଙ୍ଗ ଆଣ୍ଡ ଏମ୍ପଲଏମେଣ୍ଟ ସୋଲୁସନ ନିଜ କର୍ମଚାରୀଙ୍କୁ ସୁସ୍ଥ ରଖିବାକୁ ଏହି ଉପାୟ ଆପଣାଇଛନ୍ତି । କାରଣ କମ୍ପାନୀରେ ସିଗାରେଟ ବ୍ୟବହାର କରୁଥିବା ସମସ୍ତ କର୍ମଚାରୀ ରୋଗ ମୁକ୍ତ ରୁହନ୍ତୁ । ଆଉ ଧୂମ୍ରପାନ ନକରିବା କାରଣରୁ ଅଫିସରେ କାମ କରିବା ସମୟରେ ବ୍ରେକରେ କମ ବାହାରକୁ ଗଲେ ଅଫିସର କାମରେ ମଧ୍ୟ ବାଧା ସୃଷ୍ଟି ହେବ ନାହିଁ। ଫଳରେ ଅଫିସରେ କାର୍ଯ୍ୟ ମଧ୍ୟ ଭଲ ହେବ।