ଓଡିଶା

odisha

ETV Bharat / bharat

ଆନ୍ଧ୍ର ପ୍ରଦେଶର ତିନୋଟି ରାଜଧାନୀକୁ ବିରୋଧ, ଟାୱାରରେ ଚଢିଲେ ଚାଷୀ - ଆନ୍ଧ୍ର ପ୍ରଦେଶର ତିନୋଟି ରାଜଧାନୀକୁ ବିରୋଧ

ଆନ୍ଧ୍ର ପ୍ରଦେଶରେ ତିନୋଟି ରାଜଧାନୀ କରିବାକୁ ବିରୋଧ କରି ଟାୱାରରେ ଚଢିଲେ 4 ଜଣ ଚାଷୀ । ସରକାର ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ଦାବି କରିବା ସହ ଅମରାବତୀକୁ ହିଁ କେବଳ ରାଜଧାନୀ କରିବାକୁ ଏମାନେ ଦାବି କରିଛନ୍ତି ।

cell tower in protest
ଆନ୍ଧ୍ର ପ୍ରଦେଶର ତିନୋଟି ରାଜଧାନୀକୁ ବିରୋଧ, ଟାୱାରରେ ଚଢିଲେ ଚାଷୀ

By

Published : Jan 19, 2020, 11:36 AM IST

ଅମରାବତୀ: ଆନ୍ଧ୍ର ପ୍ରଦେଶରେ ତିନୋଟି ରାଜଧାନୀ କରିବାକୁ ବିରୋଧ କରି ଟାୱାରରେ ଚଢିଲେ 4 ଜଣ ଚାଷୀ । ସରକାର ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ଦାବି କରିବା ସହ ଅମରାବତୀକୁ ହିଁ କେବଳ ରାଜଧାନୀ କରିବାକୁ ଏମାନେ ଦାବି କରିଛନ୍ତି ।

ଶନିବାର, ଅମରାବତୀ ଅଞ୍ଚଳ ତୁଲ୍ଲୁର ଗାଁର 4 ଜଣ ଚାଷୀ ଏପରି କହି ଟାୱାର ଉପରେ ଚଢିଥିଲେ । ତୁଲ୍ଲୁର ଥାନାଧିକାରୀ ଶ୍ରୀହରି ରାଓ ଘଟଣାସ୍ଥଳରେ ପହଞ୍ଚିବା ସହ ଚାଷୀଙ୍କ ଦାବିକୁ ସରକାର ବିଚାର କରିବେ ବୋଲି କହିବାରୁ ସେମାନେ ଟାୱାର ତଳକୁ ଓହ୍ଲାଇଥିଲେ ।

ଚାଷୀଙ୍କର ଏପରି କାର୍ଯ୍ୟ ପାଇଁ ସେମାନଙ୍କୁ ଅଟକ ରଖାଯାଇ ନଥିବାବେଳେ ସେମାନଙ୍କ ସହିତ ରବିବାର ଆଲୋଚନା ହେବ ବୋଲି ଜଣାପଡିଛି । ସେପଟେ ଅମରାବତୀ ଅଞ୍ଚଳର ଚାଷୀ ମାନେ ସେମାନଙ୍କ ଘର ଆଗରେ ‘ଅମରାବତୀ ଆମର ରାଜଧାନୀ, ଅମରାବତୀ ବଞ୍ଚାଓ, ଆନ୍ଧ୍ରପ୍ରଦେଶ ବଞ୍ଚାଓ’ ବୋଲି ପୋଷ୍ଟର ଲଗାଇଛନ୍ତି ।

ABOUT THE AUTHOR

...view details