ଓଡିଶା

odisha

ETV Bharat / bharat

କୋରୋନାରୁ ସୁସ୍ଥ ହେଲେ ବିଜେପି ନେତ୍ରୀ ଉମା ଭାରତୀ

କୋରୋନା ପଜିଟିଭ୍ ଚିହ୍ନଟ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀଙ୍କୁ ଗତ ସପ୍ତାହରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବାନୁସାରେ ବର୍ତ୍ତମାନ କୋରୋନା ଲକ୍ଷଣ ନଥିବାରୁ ତାଙ୍କୁ ଡିସଚାର୍ଜ କରାଯାଇଛି । ଅଧିକ ପଢନ୍ତୁ...

କୋରୋନାରୁ ସୁସ୍ଥ ହେଲେ ବିଜେପି ନତ୍ରୀ ଉମା ଭାରତୀ
କୋରୋନାରୁ ସୁସ୍ଥ ହେଲେ ବିଜେପି ନତ୍ରୀ ଉମା ଭାରତୀ

By

Published : Oct 3, 2020, 7:40 PM IST

ଲକ୍ଷ୍ନୌ: କୋରୋନାରୁ ସୁସ୍ଥ ହେଲେ ବିଜେପି ନେତ୍ରୀ ଉମା ଭାରତୀ । ଗତ 24 ତାରିଖ ଦିନ ସେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ସେ ଚିକିତ୍ସାଧୀନ ରହିଥିଲେ । ତାଙ୍କୁ ବର୍ତ୍ତମାନ ହୋମଆଇସଲେସନରେ ରହିବା ପାଇଁ କୁହାଯାଇଛି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମାଭାରତୀ କୋରୋନା ପଜିଟିଭି ଚିହ୍ନଟ ହେବା ପରେ ତାଙ୍କୁ ଋଷିକେଶ ଏମସ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ବର୍ତ୍ତମାନ ହସପିଟାଲରୁ ଡିସଚାର୍ଜ କରାଯାଇଛି । ବର୍ତ୍ତମାନ ତାଙ୍କ ଠାରେ କୋରୋନାର କୌଣସି ଲକ୍ଷଣ ନଥିବା ଏମସ ଡାକ୍ତର ସୂଚନା ଦେଇଛନ୍ତି । ସୂଚନା ଥାଉକି ଗତ ସେପ୍ଟେମ୍ବର 24 ରେ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ବଦ୍ରୀନାଥ ଦର୍ଶନ ପାଇଁ ଆସିଥିଲେ । ଏହାପରେ ସମସ୍ତ ମନ୍ଦିର କର୍ମଚାରୀଙ୍କ ମଧ୍ୟ କୋରୋନା ଟେଷ୍ଟ କରାଯାଇଥିଲା ।

ABOUT THE AUTHOR

...view details