ଓଡିଶା

odisha

ETV Bharat / bharat

ମୋଦିଙ୍କ କାର୍ଯ୍ୟକୁ ଜୟରାମ ରମେଶଙ୍କ ସମର୍ଥନ - ଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନାକୁ ସମର୍ଥନ କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, "ଆମକୁ ମାନିବାକୁ ପଡିବ, ଯେଉଁ କାମ ପୂର୍ବରୁ ହେଇନାହିଁ ତାହା ମୋଦି ସରକାର ଅମଳରେ ହୋଇଛି । ନିଜର ପ୍ରଥମ କାର୍ଯ୍ୟକାଳରେ ଅନେକ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି ସେ । "

ଫାଇଲ ଫଟୋ

By

Published : Aug 24, 2019, 12:43 PM IST

Updated : Aug 24, 2019, 3:21 PM IST

ନୂଆଦିଲ୍ଲୀ: ଦେଶର ବିକାଶ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଅନେକ ସମୟରେ ଟାର୍ଗେଟ କରିଥାନ୍ତି ବିରୋଧି । ମାତ୍ର ଏଥର ଏ ଧାରାରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଲୋକଙ୍କ ବିକାଶ ପାଇଁ ମୋଦି ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ବିଭିନ୍ନ ଉନ୍ନତିମୂଳକ ଯୋଜନାକୁ ସମର୍ଥନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି ।

ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ମୋଦି ସରକାରଙ୍କ ପ୍ରଣୀତ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଲୋକଙ୍କ ସହିତ ସେମାନଙ୍କ ଭାଷାରେ କଥାବାର୍ତ୍ତା କରନ୍ତି। ଲୋକେ ଯେଉଁ ଭାଷା ବୁଝି ପାରନ୍ତି, ମୋଦି ସେହି ଭାଷାରେ କଥା ହୁଅନ୍ତି। 2014 ରୁ 2019 ମଧ୍ୟରେ ତାଙ୍କ ସରକାର ଉଜ୍ଜଳା ଯୋଜନା, ବିଦ୍ୟୁତ ଯୋଜନା,ଜନଧନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚି ପାରିଛନ୍ତି । ଯାହାର ଲାଭ ସିଧାସଳଖ ଲାଭ ଲୋକଙ୍କୁ ମିଳୁଛି । 2019 ନିର୍ବାଚନରେ ବିଜୟୀ ହେବାର ମୁଖ୍ୟ କାରଣ ହେଲା ତାଙ୍କ ସରକାରଙ୍କ ଯୋଜନାକୁ ଗରିବ ଲୋକଙ୍କ ପାଖରେ ପହଞ୍ଚାଇବା ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମକୁ ମାନିବାକୁ ପଡିବ, ଯେଉଁକାମ ପୂର୍ବରୁ ହେଇ ନାହିଁ, ମୋଦି ସରକାର ନିଜର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ଏହାକୁ କରିଛନ୍ତି । ମୋଦି ସରକାରଙ୍କ କାମକୁ ପ୍ରଶଂସା ମଧ୍ୟ କରିବା ପାଇଁ ପଡିବ,ତାଙ୍କ କାମକୁ ସବୁବେଳେ ବିରୋଧ କଲେ ହେବ ନାହିଁ । ଜୟରାମ ରମେଶଙ୍କ ଏପରି ପ୍ରତିକ୍ରିୟାକୁ କଂଗ୍ରେସ ନେତା ଅଭିଷେକ ମନୁ ସଂଘଭୀ ଏବଂ ଶଶୀ ଥରୁର ଟ୍ବିଟ ମାଧ୍ୟମରେ ସମର୍ଥନ କରିଛନ୍ତି ।

Last Updated : Aug 24, 2019, 3:21 PM IST

ABOUT THE AUTHOR

...view details