ନୂଆଦିଲ୍ଲୀ: ରାଜ୍ୟସଭାକୁ ପୁଣି ଫେରିବା ଯୋଜନାରେ ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ଏହି କ୍ରମରେ ରାଜସ୍ଥାନରେ ଖାଲି ପଡିଥିବା ରାଜ୍ୟସଭାର ଗୋଟିଏ ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏଥିପାଇଁ ସେ ଆଜି ପ୍ରାର୍ଥୀପତ୍ର ଦାଖଲ ଦାଖଲ କରିଛନ୍ତି।
ରାଜସ୍ଥାନରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ମନମୋହନ - ରାଜ୍ୟସଭା ଉପନିର୍ବାଚନ
ରାଜସ୍ଥାନରେ ଖାଲି ପଡୁଥିବା ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଚଳିତ ମାସ 13 ତାରିଖରେ ହେବାକୁ ଯାଉଛିି । ଏହି ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ।
ଆଗାମୀ ରାଜ୍ୟସଭା ଉପନିର୍ବାଚନ ପାଇଁ ମନମୋହନ ସିଂହ ଅଗଷ୍ଟ 13ରେ ଜୟପୁର ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରାଜସ୍ଥାନର ବିଜେପି ରାଜ୍ୟସଭା ସାଂସଦ ମଦନଲାଲ ସାଇନିଙ୍କ ନିଧନ ପରେ ଏହି ଆସନଟି ଖାଲିପଡିଛି। ରାଜସ୍ଥାନରେ କ୍ଷମତାସୀନ ଥିବା କଂଗ୍ରେସ ନିଜର ସଂଖ୍ୟା ଗରିଷ୍ଠତା ବଳରେ ମନମୋହନଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରିବ।
ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ 14 ଅଗଷ୍ଟ ଥିବାବେଳେ 26 ଅଗଷ୍ଟରେ ଭୋଟ ଗ୍ରହଣ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ସିଂହ ଗତ ତିନି ଦଶକ ଧରି ଆସାମରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରି ଆସୁଥିଲେ। ସେ 1991ରୁ 2019 ମଧ୍ୟରେ ସେ ପାଞ୍ଚ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।