ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ମେକ୍ସିକୋର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ । ପୁଣେର ଏମସିସିଆଇଏ ଭବନରେ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । 85 ବର୍ଷୀୟ ପ୍ରତିଭା ଏହି ଆୱାର୍ଡ ପାଇବାରେ ଦ୍ବିତୀୟ ରାଷ୍ଟ୍ରପତି ଅଟନ୍ତି ।
ପୂର୍ବତନ ରାଷ୍ଟ୍ରପତିଙ୍କୁ ମେକ୍ସିକୋ ସର୍ବୋଚ୍ଚ ନାଗରିକ ସମ୍ମାନ - ପ୍ରତିଭା
ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ମେକ୍ସିକୋର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି।
ଫାଇଲ ଫଟୋ
ପୂର୍ବରୁ ସ୍ବର୍ଗତ ରାଷ୍ଟ୍ରପତି ଏସ.ରାଧାକୃଷ୍ଣକୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସାଧାରଣତଃ ମାନବ ସମାଜ ପାଇଁ ଉକୃଷ୍ଟ କାର୍ଯ୍ୟ, ମେକ୍ସିକୋ କିମ୍ବା ଅନ୍ୟ ଦେଶ ସହ ଦ୍ବିପାକ୍ଷିକ ଆଲୋଚନା କରି ସମ୍ପର୍କ ମଜବୁତ କରିବା କ୍ଷେତ୍ରରେ ଯୋଗଦାନ ପାଇଁ ପ୍ରଦାନ କରାଯାଏ । ତେବେ ଏହି ସମ୍ମାନ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
କହିରଖୁଛୁ, ପ୍ରଥମଥର 1993 ମସିହାରେ ମେକ୍ସିକୋ ତତକାଳୀନ ରାଷ୍ଟ୍ରପତିଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା । ଏହି ସମ୍ମାନ ରାଜ୍ୟର ମୁଖ୍ୟ, ରାଜଦୂତ ଓ ପ୍ରମୁଖ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଏ ।