ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ପୂର୍ବ ପ୍ରଧାନମନ୍ତ୍ରୀ ମନେମୋହନ ସିଂ । କୌଣସି ଏକ ଔଷଧର ପାଶ୍ବ ପ୍ରତିକ୍ରିୟା ଯୋଗୁଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଫଳରେ ତାଙ୍କୁ ଦିଲ୍ଲୀ ଏମ୍ସରେ ପର୍ଯ୍ୟବେକ୍ଷଣ ପାଇଁ ରଖାଯାଇଥିଲା । ଏହା ସହ ଲାଗି ରହିଥିବା ଜ୍ବରର ମଧ୍ୟ ଅନୁସନ୍ଧାନ କରାଯାଇଥିଲା ।
ହସ୍ପିଟାଲରୁ ଡିସଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ - ମନମୋହନ ସିଂଙ୍କ କୋଭିଡ ରିପୋର୍ଟ ନେଗେଟିଭ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମିଳିଲା ହସ୍ପିଟାଲରୁ ଡିସଚାର୍ଜ । ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ଅଧିକ ପଢନ୍ତୁ...
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କୋଭିଡ ରିପୋର୍ଟ ନେଗେଟିଭ
ଗତ ରବିବାର ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସୋମବାର କୋଭିଡ-19 ପରୀକ୍ଷା କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ ରହିଛି । ଡ. ମନମୋହନ ସିଂ ଏବେ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଅଛନ୍ତି । ସେ 2004ରୁ 2009 ଓ 2009ରୁ 2014 ମଧ୍ୟରେ ଦୁଇ ଦୁଇ ଥର ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ । ଏହା ପୂର୍ବରୁ ତାଙ୍କର ଦୁଇଥର ହାର୍ଟ ଅପରେସନ ହୋଇଥିଲେ । 1990ରେ ବାଇପାସ ସର୍ଜରୀ ସହ 2014ରେ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା ।
Last Updated : May 12, 2020, 2:35 PM IST